




ଭୁବନେଶ୍ୱର(ସମୃଦ୍ଧ ଓଡିଶା)ବିଜେପି ଓବିସି ମୋର୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ଓବିସି ମୋର୍ଚା ଓ ଏକତା ଟ୍ରଷ୍ଟ ର ମିଳିତ ସହଯୋଗ ରେ, ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ର ଖୋର୍ଦ୍ଧା ଜିଲ୍ଲା ସଂଗଠନ ର ବଢ଼ାଇ ଓ କମାର ସମ୍ପ୍ରଦାୟ ବର୍ଗ ର ଲୋକ ମାନଙ୍କୁ ନେଇ ଜଟଣୀ ସ୍ଥିତ କୁଦିଆରୀ ଗ୍ରାମ ସଗଡ଼ିଆ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରଧାନ ମନ୍ତ୍ରୀ ବିଶ୍ୱକର୍ମା ଯୋଜନା ର ସଚେତନ କର୍ମଶାଳା ଆୟୋଜନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଦୁଇ ସହ ରୁ ଉର୍ଦ୍ଧ ବଢ଼ାଇ ଓ କମାର ଭାଇ ମାନେ ଯୋଗ ଦେଇ ଥିଲେ l ଓବିସି ମୋର୍ଚା ରାଜ୍ୟ ବିଜେପି ର ସ୍ଵନ୍ତତ୍ର ନିମନ୍ତ୍ରିତ ସଦସ୍ୟ ଶ୍ରୀ ରବି ମହାରଣା, ଏକତା ଟ୍ରଷ୍ଟ ଅଧ୍ୟକ୍ଷ ଦିପ୍ତୀରେଖା ପଟ୍ଟନାୟକ, ନିଖିଳ ଉତ୍କଳ ବିଶ୍ୱକର୍ମା ରାଜ୍ୟ ସଂଗଠନ ସମ୍ପାଦକ ମନୋରଞ୍ଜନ ମହାରଣା, ଗୋବିନ୍ଦ ମହାରଣା, ରାମହରୀ ମହାରଣା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ନେତୃତ୍ୱ ନେଇ କାର୍ଯ୍ୟକ୍ରମ ଟିକୁ ସଫଳ କରି ଥିଲେ l
ରିପୋର୍ଟ : ରଜତ କୁମାର ମହାପାତ୍ର