
ପଦ୍ମପୁର (ସମୃଦ୍ଧ ଓଡିଶା) କରୋନା ଭୂତାଣୁ ସଂକ୍ରମଣ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭୁତାଣୁ ସଂକ୍ରମଣକୁ ଦମନ କରିବା ପାଇଁ ସରକାର ଲୋକଙ୍କୁ ସଚେତନ କରାଉଛନ୍ତି । ଲୋକଙ୍କ ସହାୟତା ପାଇଁ ସରକାର ଚାଉଲ, ଗ୍ୟାସ ତଥା ଟଙ୍କା ମଧ୍ୟ ଯୋଗାଇ ଦେଇଛନ୍ତି । ସରକାରଙ୍କ ଏହି ପ୍ରୟାସକୁ ସହଯୋଗର ହାତ ବଢାଇଛନ୍ତି ବିଜେପୁର ନିର୍ବାଚନ ମଣ୍ଡଳୀ ପଥର୍ଲା ଗ୍ରାମର ଯୁବ ସମାଜସେବୀ ଶ୍ରୀକାନ୍ତ ମିଶ୍ର । ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିକୁ ୩୦୦୦ ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ମିଶ୍ର ବିଜେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରୁଛନ୍ତି । ସେ ଅନ୍ୟାନ୍ୟ ଯୁବଗୋଷ୍ଠୀ ମାନଙ୍କୁ ସରକାରଙ୍କୁ ସହଯୋଗର ହାତ ବଢାଇବା ସହ ନିଜ ନିଜ ଅଞ୍ଚଳର ଅସହାୟ ଲୋକଙ୍କୁ ପାଇଁ ଅନୁରୋଧ କରିଛନ୍ତି ।
ରିପୋର୍ଟ – ନିରୋଜ କୁମାର ପାଣୀ