
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ ଲାଗି ରହିଥିବା କରୋନା ଭାଇରସ ଯୋଗୁ ଲକଡାଉନ ଜାରି ରହିଥିବାରୁ ଅନ୍ୟ ଦେଶରେ ଅଟକି ରହିଥିବା ଓଡ଼ିଆ ଲୋକଙ୍କୁ କେମିତି ଫେରାଇ ଆଣି ପାରିବେ ସେହି ଚେଷ୍ଟା ଜାରି ରଖିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର, ଜୟପୁର, କୋରାପୁଟର ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଦାଦନ ଖଟୁଥିବା ଶ୍ରମିକ ମାନଙ୍କୁ ଚେନାଇ, କୋଇମତୁରୁ, ଆନ୍ଧ୍ର, ତେଲେଙ୍ଗାନା, କର୍ଣ୍ଣାଟକ ବିଭିନ୍ନ ରାଜ୍ୟରୁ ନିଜସ୍ୱ ଚେଷ୍ଟାରେ ଫେରାଇ ଅଣୁଛନ୍ତି ଶ୍ରୀଯୁକ୍ତ ମାଝୀ । ଯେତେବେଳେ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବାରେ ବିଫଳ ହେଉଛନ୍ତି, ସେହି ସମୟରେ ଶ୍ରୀଯୁକ୍ତ ମାଝୀ ସେମାନଙ୍କୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
