ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଯୋଗୁଁ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରୀ କରାଯାଇଥିବା ଯୋଗୁଁ ପ୍ରବାସୀ ଓଡିଆମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଲକଡାଉନ ଯୋଗୁଁ କିଛି କାମ ଧନ୍ଦା ନ ପାଇ ଶ୍ରମିକ, ଦିନମଜୁରିଆ ପ୍ରବାସୀ ଓଡ଼ିଆ ମାନେ ଚାଲି ଚାଲି, ଟ୍ରକ, ବସ୍ ଓ ଟ୍ରେନ ଯୋଗେ ନିଜ ନିଜ ଘରକୁ ଫେରୁଛନ୍ତି । ଯେଉଁମାନେ ଚାଲି ଚାଲି କିମ୍ବା ଟ୍ରକ, ବସ, ଟ୍ରେନ ଯୋଗେ ଫେରୁଛନ୍ତି ସେହି ଲୋକଙ୍କୁ ଠିକ୍ ସମୟରେ ଖାଇବାକୁ ଖାଦ୍ୟ, ପିଇବାକୁ ପାନୀୟଜଳ ମିଳୁ ନାହିଁ । ଯାହା ଫଳରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇ କିଏ ଅସୁସ୍ଥ ହୋଇ ପଡୁଛନ୍ତି ତ କାହାର ଜୀବନ ଚାଲି ଯାଉଛି । ଏଭଳି ପରିସ୍ଥିତରେ ସେମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଜଗନ୍ନାଥପୁର ଗୁଡସେଡ଼ ରୋଡ ବ୍ରହ୍ମପୁର ଟ୍ରକ ମାଲିକ ସଂଘ ଆଗେଇ ଆସିଛି । ଗତ ରବିବାର ଦିନ ଟ୍ରକ ମାଲିକ ସଂଘର ସଦସ୍ୟା ମାନେ ଜଗନ୍ନାଥପୁର ଛକଠାରେ ଖାଇବା ପେକେଟ, ବିସ୍କୁଟ, ମାସ୍କ, ଗାମୁଛା, ପାଣି ବୋଟଲ୍, ଜଣଙ୍କ ପିଛା ୫୦ଟଙ୍କା ପ୍ରଦାନ କରିଥିଲେ । ଏହିଭଳି ପରିସ୍ଥିତିରେ ସାହାର୍ଯ୍ୟ କରିଥିବାରୁ ପ୍ରବାସୀ ମାନେ ସଂଘକୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ତଥା ଲୋକସେବା ମଣ୍ଡଳର ଆଜିବନ କର୍ମୀ ରାଜେନ୍ଦ୍ର କୁମାର ଜେନା, ସଂଘ ସଭାପତି କାମନା ପାଢୀ, ଉପସଭାପତି ସତ୍ୟବାନ ପଟ୍ଟନାୟକ, ସମ୍ପାଦକ ଅଜିତକୁ ନାହକ, ରାଜେଶ ପାଢୀ, କୁରୁଷନ ଚନ୍ଦ୍ର ସାହୁ, ଶଙ୍କର ବିଷୟୀ ଉପସ୍ଥିତ ରହିଥିଲେ ଏବଂ ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଚାଲୁ ରହିବ ବୋଲି ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା