ଭଞ୍ଜନଗର/ଜଗନ୍ନାଥ ପ୍ରସାଦ (ସମୃଦ୍ଧ ଓଡିଶା) ଏହି ଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ଜଗନ୍ନାଥ ପ୍ରଶାଦ ବ୍ଳକ ଅନ୍ତର୍ଗତ ପଥରା ପଲି ଗ୍ରାମରେ । ସୂଚନା ଅନୁଯାୟୀ ଏହି ଗ୍ରାମର ପ୍ରମୋଦ କୁମାର ନାୟକ(୪୪) ଗତ କିଛି ଦିନ ତଳେ ଜ୍ଵରରେ ପୀଡ଼ିତ ଥିଲେ । ବର୍ତ୍ତମାନ ସରକାରଙ୍କ କୋରନା ନିୟନ୍ତ୍ରଣ ପାଇଁ ପ୍ରତ୍ୟେକ ଘରୋଇ ଡାକ୍ତରଖାନା ବନ୍ଦ କରିଥିବା ଯୋଗୁଁ ଏହି ବ୍ୟକ୍ତି ଜଗନ୍ନାଥ ପ୍ରଶାଦ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । ସେଠାରେ ତାଙ୍କୁ ପ୍ରଥମେ କୋଭିଡ଼ ସ୍ୱାବ ଟେଷ୍ଟ କରିବାକୁ କୁହାଯାଇଥିଲା । କିନ୍ତୁ ସେଠାରେ ପ୍ରଥମେ କିଛି ଔଷଧ ଦେଇ ଘରକୁ ପଠାଇ ଦିଆଯାଇଥିଲା । ଏହି ଔଷଧ ଖାଇବା ଦ୍ୱାରା ପୀଡିତଙ୍କ ଜ୍ଵର ଭଲ ନ ହୋଇଥିବାରୁ ସେ ବିଡ଼ିଓଙ୍କୁ ବାରମ୍ବାର ଫୋନ ଯୋଗେ ଜଣାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଡ଼ିଓ ମହାଶୟ ନିଜର ଫୋନ ନ ଉଠାଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଥିବାରୁ କତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହି ଘଟଣା ସମ୍ପର୍କରେ ତାଙ୍କ ନିଜ ଭଣଜା ନାଚିକେତ ପ୍ରଧାନ ଜାଣିବା ପରେ ସେ ୧୦୮ କୁ ଯୋଗା ଯୋଗ କରିଥିଲେ । କିନ୍ତୁ କୋରନା ଭୟରେ କୌଣସି ଆମ୍ବୁଲାନ୍ସ ଆସିବାକୁ ମନା କରି ଦେଇଥିଲେ । ଆଜି ସକାଳେ ତାଙ୍କୁ ଏକ ଅଟୋରେ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ଅଣାଯାଇଥିଲା । ଏହି ବ୍ୟକ୍ତିଙ୍କର କୋରନା ପଜିଟିଭ ବା ନେଗେଟିଭ ସାଟିପିକେଟ ମାଗିଥିଲେ ମେଡିକାଲ କତ୍ତୃପକ୍ଷ । ତାଙ୍କ ପାଖରେ କୌଣସି ପ୍ରମାଣ ପତ୍ର ନଥିବା ଯୋଗୁଁ କୌଣସି ଡାକ୍ତର ଚିକିତ୍ସା କରିନଥିଲେ । ତେଣୁ ତାଙ୍କର ମୃତ୍ୟୁ ଘଟି ଯାଇଛି । ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ? ଯଦି କୌଣସି ବ୍ୟକ୍ତି ଙ୍କର କୋଭିଡ଼ ଟେଷ୍ଟ କରାଯାଏ ତେବେ ପ୍ରମାଣ ପତ୍ର ଦିଆ ଯାଉନି କାହିଁକି । ହୁଏତ କିଛି ପ୍ରମାଣ ପତ୍ର ଥିଲେ ନିରୀହ ଲୋକଟି ବଞ୍ଚି ପାରି ଥାନ୍ତେ ।
ରିପୋର୍ଟ : ନିଲୁ ବିଷୋୟୀ