ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ରାଜପଥ ୫୭ ପ୍ରସସ୍ତିକରଣ ଯୋଗୁଁ ଚଳିତ ଲଗାଣ ବର୍ଷାରେ ପାଣି ନିଷ୍କାସନରେ ବାଧକ ସାଜିବାରୁ ମାସ ମାସ ଧରି ହଜାର ହଜାର ଏକର ଚାଷଜମି ପାଣି ବୁଡି ନଷ୍ଟ ହୋଇଥିଲା । ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ନାମ୍ପୋ ଗ୍ରାମର ଚାଷୀମାନେ ବାରମ୍ବାର ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ପୂର୍ବ ସୂଚନା ଅନୁଯାୟୀ ଗତ ସୋମବାର ନାମ୍ପୋ ଗ୍ରାମର ବହୁ ଚାଷୀ ନାମ୍ପୋ ଫାଣ୍ଡି ଠାରୁ ନାମ୍ପୋ ବଜାର ପର୍ଯ୍ୟନ୍ତ ନୟନଯୋରୀ ଖୋଳିବା ଦାବିରେ ଜଳେଶ୍ୱରସ୍ଥିତ ସହକାରୀ ନିବାହୀ ଯନ୍ତ୍ରୀଙ୍କ କାଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଧର୍ମଘଟ ଚଳାଇଥିଲେ । ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରୁନଥିବାରୁ ପରିସ୍ଥିତି ଜଟିଳ ଅବସ୍ଥା ହୋଇଥିଲା । ୪ଦିନ ପରେ ଆଜି ପ୍ରଶାସନ ଉକ୍ତ ସ୍ଥାନକୁ ଯାଇ ଦାବିମୁତାବକ ନାଳଖୋଳା ଆରମ୍ଭ କରିବାପରେ ଅନଶନ ଧର୍ମଘଟ ହଟିଥିଲା । ଦିନ ୯ଟା ସମୟରେ ଜଳେଶ୍ୱର ତହସିଲଦାର ସ୍ମୃତିରଂଜନ ମଲ୍ଲିକ, ଆଇଆଇସି ପ୍ରଜ୍ଞା ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ ପଣ୍ଡା, ସହକାରୀ ଯନ୍ତ୍ରୀ ଇଂ ନିହାରକାନ୍ତି ବେହେରା ଓ ୧ ପ୍ଲାଟୁନ ପୋଲିସ୍ ଫୋର୍ସ ସହିତ ନାମ୍ପୋକୁ ଯାଇ ଏକ ଜେସିବି ଦ୍ୱାରା ନୟନଯୋରୀ ଖନନ ଆରମ୍ଭ କରିଥିଲେ । ମଧ୍ୟାହ୍ନରେ ଇଂ ପଣ୍ଡା ଓ ଇଂ ବେହେରା ଏ ସମ୍ପର୍କରେ ଆନ୍ଦୋଳନକାରୀଙ୍କୁ ସୂଚନା ଦେବାପରେ ଆନ୍ଦୋଳନକାରୀମାନେ ସେମାନଙ୍କ ଧର୍ମଘଟରୁ ବିରତ ରହିଥିଲେ ।
ରିପୋର୍ଟ : ଭୂପତି ପରିଡା