ମୋହନା (ସମୃଦ୍ଧ ଓଡିଶା) ରାଜ୍ୟ ସରକାର କୋଭିଡ଼-୧୯ ପାଇଁ ସଚେତନ ସହିତ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଦିନ ରାତି ଗୋଟେ କରି ପ୍ରୟାସ ଜାରି ରଖିଥିବା ବେଳେ ଗଜପତି ଜିଲ୍ଲା ମୋହନା ଠାରେ ଆଇସିଆଇସିଆଇ ବ୍ୟାଙ୍କ ଓ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଖାତିର ଭାବରେ ଲୋକେ ଖୁଲମ ଖୁଲା ଜିଲ୍ଲା ପ୍ରଶାସନକୁ ଟକ୍କର ଦେବାର ଦେଖିବାକୁ ମିଳୁଛି । ଆମେ ଏନେଇ ବ୍ୟାଙ୍କ କର୍ମଚାରୀଙ୍କୁ ପଚାରି ବୁଝିଥିଲୁ ସେ ଆମକୁ କହିଲେ ଆମର କାମ ବ୍ୟାଙ୍କ ଭିତରେ, ବାହାରେ ଆମର କିଛି କାମ ନାହିଁ ବୋଲି ସେ ଉତ୍ତର ଦେଇଥିଲେ । ହେଲେ ଏଭଳି ବ୍ୟାଙ୍କ ପରିସରରେ ଥିବା ଏଟିମ୍ ମେସିନ୍ ଭିତରେ ଥରକେ ୫ ଜଣ ଦେଖିବାକୁ ମିଳୁଛି କିନ୍ତୁ ବ୍ୟାଙ୍କ୍ କର୍ମଚାରୀଙ୍କ କୌଣସି କାମ ନାହିଁ । ଯଦି ଏଭଳି ଚାଲେ ତାହା ହେଲେ ଲୋକେ ସଚେତନ ରହିବା ତ ବହୁତ ଦୂରର କଥା । ମୋହନା ମେଡିକାଲ ହଉ କିମ୍ବା ଏଟିଏମକୁ ଦୈନିକ ହଜାର ହଜାର ଲୋକେ ଆସିଥାନ୍ତି, ଲମ୍ବା ଲମ୍ବା ଲାଇନ ମଧ୍ୟ ଦେଖିବାକୁ ମିଳୁଛି କିନ୍ତୁ ସାମାଜିକ ଦୁରତ୍ଵକୁ ଫୁ କରି ଚାଲିଛନ୍ତି । ଯଦି ଏମିତି ହିଁ ଚାଲେ ତାହା ହେଲେ ଗଜପତି ଜିଲ୍ଲାଟି କରୋନା ସଂକ୍ରମଣ ଗ୍ରୀନ ଜୋନ୍ ରୁ ରେଡ୍ ଜୋନ ହେବା ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି ।
ରିପୋର୍ଟ : ଆଦିତ୍ୟ ପ୍ରସାଦ ପଟ୍ଟନାୟକ