
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ଜଳେଶ୍ୱରର ପ୍ରଶାସନୀକ ସ୍ତରୀୟ ସମସ୍ତ କର୍ମକର୍ତ୍ତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମ୍ୟୁନିସିପାଲଟିର ପ୍ରଶାସକ ନିଲୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହାସିଲଦାର କ୍ଷୀରୋଦ କୁମାର ପଣ୍ଡା, ବିଡିଓ ଦିପ୍ତିରଂଜନ ସେଠୀ, ପୌରଅଧିକାରୀ ଅଜୟ ମହାପାତ୍ର, ଡାକ୍ତର ପ୍ରଭାସ ଚନ୍ଦ୍ର ନାୟକ ଓ ଆଇଆଇସି ଧନେଶ୍ୱର ସାହୁ ଯୋଗ ଦେଇଥିଲେ । ଜଳେଶ୍ୱର ମ୍ୟୁନିସିପାଲଟି ଓ କଣ୍ଟେନ୍ମେଣ୍ଟ ଜୋନ୍କୁ ଲକ୍ଷ୍ୟକରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ଓ ଆଉ ୭ ଦିନ ପାଇଁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା ଲାଗି ସୁପାରିକରି ଜିଲାପାଳଙ୍କୁ ପଠାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା