ପ୍ରଶାସନିକ ଉଦାସୀନତା ସୃଷ୍ଟିକଲା ଶ୍ରୀମନ୍ଦିର ଇତିହାସରେ ଏକ କଳିଙ୍କିତ ଅଧ୍ୟାୟ – ବିଶ୍ଵ ହିନ୍ଦୁ ପରିଷଦ

ଭୁବନେଶ୍ୱର ( ଆକାଶ ମିଶ୍ର ) – ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି । ଏହି ସମ୍ମିଳନୀ ରେ ରାଜ୍ୟ ସରକାର ଙ୍କ ଚରମ ଅବହେଳା କାରଣ କିପରି ପୁରୀ ଶ୍ରୀମନ୍ଦିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା ତାହା ବର୍ଣ୍ଣନା କରାଯାଇଥିଲା  ।  ଶ୍ରୀ  ବିଗ୍ରହ ମାନଙ୍କର ନବକଳେବର ଠାରୁ ଶ୍ରୀମନ୍ଦିର ପରିଚାଳନାରେ ନାନା ପ୍ରକାର ବିଭ୍ରାଟ ପରିଦୃଶ୍ୟ ହେଉଛି   । ଏଥି ପାଇଁ  ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ବିଚାର ବିଭାଗୀୟ କମିଶନ ଗଠନ କରାଯାଇ  ବିଭ୍ରାଟର କାରଣ ଏବଂ ନିରାକରଣର ବ୍ୟବସ୍ଥା ହୋଇଥିଲା  । କିନ୍ତୁ କମିଶନଙ୍କ ରିପୋର୍ଟକୁ ପ୍ରକାଶିତ କରାଗଲା ନାହିଁ ଅଯଥା ରାଜକୋଷରୁ ବିପୁଳ ଅର୍ଥ ଶ୍ରାଦ୍ଧ କରାଗଲା  । ତତ୍ପରେ କଥା ସର୍ବୋଚ୍ଚ ନ୍ୟାୟଳୟ ପର୍ଯ୍ୟନ୍ତ ଗଲା  ।  ଏବଂ ତାଙ୍କର ପ୍ରତିନିଧି ଭାବରେ ଶ୍ରୀଯକ୍ତ ଗୋପାଳ ସୁବ୍ରମନ୍ୟ ଘଟଣାର ଅନୁଧ୍ୟାନ କରି ଜଣାଇବାପାଇଁ ପଠାଇଲେ  । କିନ୍ତୁ ପ୍ରଶାସନ  ଦୂରଦୃଷ୍ଟି ହୀନ କାର୍ଯ୍ୟଯୋଗୁଁ ଶ୍ରୀମନ୍ଦିରର ସେବାୟତ, ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ଯେଉଁ ଅସନ୍ତୋଷ ସୃଷ୍ଟି ହେଲା ତାର ପରିପ୍ରକାଶ ଅକ୍ଟୋବର ୩ ତାରିଖରେ ସୃଷ୍ଟି ହୋଇ ଶ୍ରୀକ୍ଷେତ୍ର ଏକ ରଣାଙ୍ଗନରେ ପରିଣତ ହେଲା  ।
ବର୍ତ୍ତମାନ ପିତୃପକ୍ଷ ଚାଲିଛି, ଅନେକ ଶ୍ରଦ୍ଧାଳୁଙ୍କ ମନରେ ବାଇଶି ପାହଚରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଏକ ମହତ କାର୍ଯ୍ୟ ଭାବରେ ବିବେଚନା କରାଯାଏ  ।  ଏଥିରେ ବାଧା ସୃଷ୍ଟି ହେଲେ ସ୍ୱଭାବିକ ଭାବରେ ଭକ୍ତଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହେବ  ।  ଶ୍ରମନ୍ଦିର ଭିତରେ ଭକ୍ତ ମାନଙ୍କ ପରିକ୍ରମା ଏବଂ ଦର୍ଶନ ଏକ ପ୍ରକାର ବିଧି ଏବଂ ବିଶ୍ୱାସ ଅନୁସାରେ  ହୋଇଥାଏ, ଯେପରି ମହାଲକ୍ଷ୍ମୀ ମନ୍ଦିରରେ ଦର୍ଶନ କଲା ପରେ ମଣ୍ଡପରେ କିଛି ସମୟ ପାଇଁ ଉପବେଶନ କରାଯାଇଥାଏ  । ଭକ୍ତଙ୍କ ଭାବା ବେଗକୁ ଅଣଦେଖା କାରାଗଲେ ପରିଣନ୍ତି ଭୟଙ୍କର ହେବ  । ଚାରି ପ୍ରବେଶ ଦ୍ୱାର ଧର୍ମ, ଅର୍ଥ ,କାମ, ମୋକ୍ଷର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ  । ସର୍ବୋପରି ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥ ଓଡିଆ ଜାତିର  ସ୍ୱାଭିମାନର ପ୍ରତୀକ, ଏଥିପାଇଁ ଅତୀତରେ ଅନେକ ବ୍ୟକ୍ତି ମର୍ମାହତ ହୋଇଛନ୍ତି  । ଏଣୁ ବିଶ୍ୱହିନ୍ଦୁ ପରିଷଦ ଦାବି କରୁଛି,  ପ୍ରଶାସକ ଏପରି କାର୍ଯ୍ୟରୁ ନିବୃତ ରହନ୍ତୁ, ଯେପରି ଶ୍ରୀମନ୍ଦିର ଏହି ବିଧିରେ କଳଙ୍କ ଲାଗିବ ନାହିଁ  ।
ସର୍ବୋଚ୍ଚ ନ୍ୟାୟଳୟ ଭକ୍ତମାନଙ୍କ ହୀତ ଦୃଷ୍ଟିରୁ କେତେକ ପରାମର୍ଶ ଦେଇଥିଲେ, ଯେପରି ଦାନ ଦକ୍ଷିଣା  ଭକ୍ତମାନେ ହୁଣ୍ଡିରେ ପକାଇବେ, ସେବାୟତମାନଙ୍କ ଜୋର ଜୁଲମ୍ ରହିବ ନାହିଁ, ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଧାଡି ଦର୍ଶନର ବ୍ୟବସ୍ଥା ରହିବ ଇତ୍ୟାଦି  । କିନ୍ତୁ କିପରି ଏସବୁ କାର୍ଯ୍ୟକାରୀ କରାଯିବ ତାହା ସ୍ଥାନୀୟ ପ୍ରଶାସନର କାର୍ଯ୍ୟ  । ସର୍ବୋଚ୍ଚ ନ୍ୟାୟଳୟର ପରାମର୍ଶକୁ ଭୁଲଭାବରେ ପ୍ରୟୋଗ କରିବାଯୋଗୁଁ ଭକ୍ତଙ୍କ ମନରେ ଯେଉଁ ପ୍ରତିକ୍ରିୟା ହେଲା ତାହାର ପରିପ୍ରକାଶ ଅକ୍ଟୋବର ତିନି ତାରିଖରେ ଦେଖିବାକୁ ମିଳିଲା  । ଏହି ଅଘଟଣ ପରେ ପ୍ରଶାସନ କେତେକ ପଦକ୍ଷେପ ନେଇ ସ୍ୱୀକାର କଲେ ଯେ, ତାଙ୍କର ପୂର୍ବ କାର୍ଯ୍ୟପ୍ରଣାଳୀ ଭୁଲ ଥିଲା, ଏବଂ ଏହି ଭୁଲର ନିରାକରଣ ପାଇଁ ଯେଉଁ ପଦକ୍ଷେପ ନେଲେ ତାହା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ କ’ଣ ସଂଶୟ ସୃଷ୍ଟି କରିବ ନାର୍ହି ତ ?  ଯେପରି ଶ୍ରୀକ୍ଷେତ୍ରରେ ଅଧିବାସୀ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାର ମଧ୍ୟ ଦେଇ ପ୍ରବେଶ କରିପାରିବେ  । ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀକ୍ଷେତ୍ରର ପରିସୀମା କେଉଁଠୁ କେଉଁ ପର୍ଯ୍ୟନ୍ତ ? ମୁକ୍ତି ମଣ୍ଡପ ସଭାରେ ଯେଉଁ ପଣ୍ଡିତ ସମାଜ ଆସନ ଗ୍ରହଣ କରିଥାନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ନିବାସ ସ୍ଥାନ ଶ୍ରୀକ୍ଷେତ୍ର ଠାରୁ ପାଖାପାଖି ୧୫ କୋଷ ଦୂର, ସେମାନେ ଶ୍ରୀକ୍ଷେତ୍ରରେ ପରିଚୟ ପତ୍ର କେଉଁଠୁ ଆଣିବେ ?
ଶ୍ରୀମନ୍ଦିର ଇତିହାସରେ ଗବେଷକ ମାନଙ୍କ ମତରେ   ଶ୍ରୀବିଗ୍ରହ ମାନେ ଅନେକ ଥର ପାତାଳି ହୋଇଛନ୍ତି  । ଯେଉଁ ଯେଉଁ ସ୍ଥାନରେ ପାତାଳି ହୋଇ ଦୀର୍ଘ ଦିନ ସେବା ପୂଜା ପାଇଛନ୍ତି  ସେଥିରେ ଆଠଗଡରେ ଏବଂ ସୋନପୁର ଗଡରେ ପାତାଳି ହୋଇଥିଲେ ସେହି ସ୍ଥାନର ଭକ୍ତମାନେ   ସେମାନଙ୍କର  କ’ଣ ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଭକ୍ତି ନିବେଦନ ପାଇଁ  ପରିଚୟ ପତ୍ରର ଆବଶ୍ୟକ କି ?
ଏଣୁ ବିଶ୍ୱ ହିନ୍ଦୁ ପରିଷଦ ଦାବି କରୁଛି ଭକ୍ତ ସମାଜର ଶୃଙ୍ଖଳିତ ଦର୍ଶନ ପାଇଁ ଏପରି କାର୍ଯ୍ୟ ପ୍ରଣାଳୀ ଦିର୍ଦ୍ଧାରଣ କରୁ ଯେପରି ଶ୍ରୀ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେବ ନାହିଁ  । ଏଥିପାଇଁ ଗଜପତି ମହାରାଜ ଏବଂ ଗୋବର୍ଦ୍ଧନ ପୀଠ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇପାରେ  । ନଚେତ୍ ଆଗାମୀ ସଂଗଠନ ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତି ପୂର୍ବକ ଆନ୍ଦୋଳାତ୍ମକ କାର୍ଯ୍ୟପନ୍ଥା ଗ୍ରହଣକରିବା ପାଇଁ  ବାଧ୍ୟ ହେବ  ।
ଆଜିର ସାମ୍ବାଦିକ ସମ୍ମିଳନୀ ରେ ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶ ର ଉପ ସଭାପତି ଡ. ମଳୟ କୁମାର ମହାନ୍ତି ,
ଡ. ପ୍ରମୋଦ କୁମାର ଆଚାର୍ଯ୍ୟ , ସଂଗଠନ ମନ୍ତ୍ରୀ  ଶ୍ରୀ ଆନନ୍ଦଜୀ ପାଣ୍ଡେ , ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ ପଣ୍ଡା ,ମୁଖ ପାତ୍ର ଶ୍ରୀ ପ୍ରମୋଦ ଦାଶ ଏବଂ ହିନ୍ଦୁ ଜାଗରଣ  ସାମୁଖ୍ୟ ସଭାପତି ଶ୍ରୀ ଅଜିତ ପଟ୍ଟନାୟକ ଉପସ୍ଥିତ ରହିଥିଲେ ।