ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚମା ସିଦ୍ଧି ବିନାୟକ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି । ସୂଚନା ଅନୁଯାୟୀ କରୋନା ଯୋଗୁଁ ନିତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯିବ କିନ୍ତୁ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପ୍ରତିବର୍ଷ ପଞ୍ଚମା ସିଦ୍ଧି ବିନାୟକ ଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି । କିନ୍ତୁ ଏହି ବର୍ଷ କରୋନା କଟକଣା ଯୋଗୁଁ ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏଥିପାଇଁ ଶ୍ରଦ୍ଧାଳୁମାନେ ନ ଆସିବା ପାଇଁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ ମଧ୍ୟ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା