ଆବଶ୍ୟକ ସାମଗ୍ରୀ : ଅରୁଆ ଚାଉଳ, କଦଳୀ ମଞ୍ଜା, ତେଜପତ୍ର, ଗୁଜୁରାତି, ଲୁଣ, ହଳଦୀ, ଚିନି, କାଜୁ, କିସ୍ମିସ୍, ନଡ଼ିଆ କୋରା ଓ ଘିଅ ।
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଦଳୀ ମଞ୍ଜାରେ ଲୁଣ, ହଳଦୀ ଗୋଳାଇ ରଖନ୍ତୁ । ଏହାପରେ ଅରୁଆ ଚାଉଳକୁ ପାଣିରେ ଭିଜାଇ ରଖନ୍ତୁ । ଏହାପରେ କାଜୁ ଓ କିସ୍ମିସ୍କୁ ଭାଜି ରଖନ୍ତୁ ଏବଂ କଦଳୀ ମଞ୍ଜାକୁ ମଧ୍ୟ ଭାଜି ରଖନ୍ତୁ । କଡ଼େଇରେ ଘିଅ ଗରମ କରି ତେଜପତ୍ର, ଗୁଜୁରାତି ଓ ଭିଜା ଅରୁଆ ଚାଉଳ ପକାଇ ଭଲଭାବେ ଭାଜନ୍ତୁ । ଚାଉଳ ଅଳ୍ପ ଭାଜି ହୋଇଯିବା ପରେ ସେଥିରେ ଲୁଣ, ହଳଦୀ ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଘୋଡ଼େଇ ଦିଅନ୍ତୁ । ପରେ ଘୋଡ଼ଣି ବାହାର କରି ଭଜା ହୋଇଥିବା କଦଳୀ ମଞ୍ଜା, କାଜୁକିସ୍ମିସ୍ ସହିତ ଚିନି ଓ ନଡ଼ିଆ କୋରା ପକାଇ ଗୋଳାନ୍ତୁ । ଏହାପରେ ସେଥିରେ ଅଳ୍ପ ଗୁଆ ଘିଅ ପକାଇ ୨ ମିନିଟ୍ ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ‘ମଞ୍ଜା ପଲଉ’।