ଢେଙ୍କାନାଳ(ସମୃଦ୍ଧଓଡିଶା) ପ୍ରସ୍ତୁତି ବୈଠକ ସତ୍ୱେ ଅନିଶ୍ଚିତତା ଘେରରେ ପ୍ରସିଦ୍ଧ ଝାଡ଼ବନ୍ଧ ଯାତ୍ରା ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଳକ ବାଲିମି ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମରେ ଗୋଷ୍ଠୀକନ୍ଦଳକୁ ନେଇ ଦୀର୍ଘ ୫ ବର୍ଷ ହେଲା ବନ୍ଦ ରହିଥିବା ପ୍ରସିଦ୍ଧ ପୌଷ ମହୋତ୍ସବ ନିମନ୍ତେ ଶାନ୍ତି କମିଟି ବୈଠକ ଗ୍ରାମର ମା କତାମାଶୁଣିଙ୍କ ମନ୍ଦିର ପ୍ରାଙ୍ଗ ଣରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିମି ଥାନା ଅଧିକାରୀ ଯୋଗ ଦେଇ ଶାନ୍ତିଶୃଙ୍ଖଳାର ସହିତ ପ୍ରଶାସନିକ ଉପଦେଶ ଅନୁଯାୟୀ ବୈଠକ ହେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ସ୍ଥାନୀୟ ଥାନା ଅଧିକାରୀ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଗ୍ରାମର ଦୁଇ ଗୋଷ୍ଠୀ ଓ ଯୁବ ଗୋଷ୍ଠୀ ବୈଠକରେ ଯୋଗ ଦେଇଥିବା ବେଳେ ବାଲିମି ଥାନା ଅଧିକାରୀ ନିଜେ ବୈଠକକୁ ନ ଆସି କେତେକ ହାତଗଣତି କର୍ମଚାରୀଙ୍କୁ ପଠାଇ ଦେଇଥିଲେ । ଏମିତି ବି ପରିସ୍ଥିତି ହୋଇଥିଲା ଥାନାରୁ ଆସିଥିବା କର୍ମଚାରୀ ମାନେ ଗାଡିରୁ ମଧ୍ୟ ମିଟିଙ୍ଗ ଜାଗାକୁ ଆସିନଥିଲେ, ବାହାରେ ବାହାରେ ଗାଡ଼ିରେ ବସି ପଳେଇଯାଇଥିଲେ। ପ୍ରଶାସନ ଯଦି ଏମିତି ଖାମଖିଆଲ ମନୋବୃତି ରଖୁଥିବା ଅଧିକାରୀଙ୍କୁ ମୀମାଂସା କରିବାକୁ ପଠେଇବ କେବେ ବି ସୁଫଳ ମିଳିବନି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି କିନ୍ତୁ ଯାତ୍ରାକୁ ବିରୋଧ କରୁଥିବା ଗୋଷ୍ଠୀଙ୍କୁ ଗୋଳି ପାଣି ଭଳି ସୁହାଉଥିବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ବାସ୍ତବରେ ସେଇଆ ହି ହେଉଛି, କେହିବି ମୁଁହ ଖୋଲିବାକୁ ଚାଁହୁ ନ ଥିବା ଦେଖିବାକୁ ମିଳୁଛି । ଯାତ୍ରା ବନ୍ଦ କରିବାକୁ କିଛି କୁଚକ୍ରୀ ମାଷ୍ଟର ମାଇଣ୍ଡକୁ ଜିଲ୍ଲା ପ୍ରଶାସନ କଣ ଠାବ କରିପାରୁନି ନା ଜାଣିଶୁଣି ସମୟ ନଷ୍ଟ କରୁଛି ? ଆଜିର ଏହି ସଭାରେ ଗ୍ରାମବାସୀ ମାନେ ପୂର୍ବ କଥାକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । କିନ୍ତୁ ଫଳ ଶୂନ ହେଲା। ଗାଁର ପୌଷ ମହୋତ୍ସବ ଲାଗି ଶାନ୍ତି କମିଟି ବୈଠକ ଅଧାରେ ଅଟକି ରହିଥିବା ବେଳେ କୌଣସି ନିଷ୍କର୍ଷ ବାହାରି ପାରିନଥିଲା । ଏହାର ଫଳ ସ୍ୱରୂପ ଗ୍ରାମ ପୌଷ ମହୋତ୍ସବ ଉତ୍ସବ ନେଇ ଗ୍ରାମବାସୀ ଓ ଯୁବଗୋଷ୍ଠୀ ଦୋଛକିରେ ଅଟକି ରହିଛନ୍ତି । ଆହୁରି ମଧ୍ୟ ଯାତ୍ରାକୁ ବିରୋଧ କରୁଥିବା ଗୋଷ୍ଠୀ ଆଗତୁରା ଉଠି ପଳେଇ ଆସିଥିଲେ, ଯାହାକି ଯୁବ ଗୋଷ୍ଠୀଙ୍କୁ ଗଭୀରଭାବେ କଷ୍ଟ ଦେଇଛି । ଏହି ସମ୍ବେଦନଶୀଳ ଘଟଣା ନେଇ ଜିଲ୍ଲା ପ୍ରଶାସନ ପୁଣିଥରେ ଦୃଷ୍ଟି ଦେବାକୁ ଗ୍ରାମର ଯୁବଗୋଷ୍ଠୀ ଗଣମାଧ୍ୟମର ଦ୍ୱାରସ୍ତ ହୋଇ ନିବେଦନ କରିଛନ୍ତି । ଆଜିର ଆଲୋଚନାରେ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ତହସିଲଦାର ଦିଲୀପ ସେଠି ଙ୍କ ସମେତ ବହୁ ଉପଖଣ୍ଡ ସ୍ତରୀୟ ଅଧିକାରୀ ଏବଂ ଗାଲପଡା ପଂଚାୟତ ସହ ଝlଡବନ୍ଧ ଗ୍ରାମର ପ୍ରମୁଖ ବ୍ୟକ୍ତିଙ୍କ ସମେତ ଶହଶହ ପୁରୁଷ ମହିଳା ସାମିଲ ହୋଇଥିଲେ । ଯାତ୍ରା କେମିତ ସଫଳତାର ସହ ଅନୁଷ୍ଠିତ ହେବ ସେ ଦିଗରେ ପ୍ରଶାସନ ତତ୍ପର ହେବାକୁ ଦାବୀ ହୋଇଛି । ପୂର୍ବ ପରମ୍ପରାକୁ ବଜାୟ ରଖିବାକୁ ସ୍ଥାନୀୟ ପ୍ରଶାସନ ସହଯୋଗର ହାତ ବଢାଇବାକୁ ସାଧାରଣରେ ବୁଦ୍ଧିଜୀବୀ ମାନେ ଦାବୀ କରୁଛନ୍ତି ।
ରିପୋର୍ଟ : ରଜତ ମହାପାତ୍ର