
ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଦେଶରୁ ମଦ ଉଚ୍ଛେଦ ଲାଗି ଏବଂ ଦେଶର ୮୦ଭାଗ କୃଷି ଉପରେ ନିର୍ଭର କରୁଥିବାରୁ କୃଷିକୁ ଶିଳ୍ପର ମାନ୍ୟତା ଇତ୍ୟାଦି ଦାବୀ ଦେଇ ପ୍ରାଉଟିଷ୍ଟ ବ୍ଲକ ପକ୍ଷରୁ ଦିଲ୍ଲୀର ଯନ୍ତର ମନ୍ତରଠାରେ ଏକଦୀବସୀୟ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ସଭାପତି ଡ. କୁଳମଣୀ ନାୟକ, ଓ ସଂପାଦକ କାହ୍ନୁଚରଣ ଦେହୁରୀଙ୍କ ନେତୃତ୍ୱରେ ଜଳେଶ୍ୱରରୁ ଯୁବନେତା ପ୍ରଦୀପ କୁମାର ସିଂ, ସୁବଳ ଜେନା, ବିଶ୍ୱଜିତ୍ ଘୋଷ, ଦାସରଥି ଦାସ, କ୍ଷିତିଶ ସିଂ, ହରିଶ୍ଚନ୍ଦ୍ର ସାହାଣୀ, ମାନସ ବ୍ରହ୍ମ, ପିତାମ୍ବର ଭୂୟାଁ, ତାରାକାନ୍ତ ଦାସ, କାଞ୍ଚନବାଳା ଜେନା, କବିତାବାଳା ଜେନା, ସୁରେନ୍ଦ୍ର ଜେନା ପ୍ରମୁଖଙ୍କ ନେତୃତ୍ୱରେ ବହୁ ବ୍ୟକ୍ତି ଯାଇ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସେଠାରେ ଗଣଧାରଣାରେ ବସିଥିଲେ । ଗତ ୪ ତାରିଖ ଦିବସବ୍ୟାପୀ ସେମାନେ ଏହି ଗଣଧାରଣାରେ ବସିଥିବା ବେଳେ ଦେଶକୁ ମଦମୁକ୍ତ କରିବା, କୃଷି ପ୍ରଧାନ ଭାରତରେ କୃଷିକୁ ଶିଳ୍ପର ମାନ୍ୟତା ଦେବା, କୃଷକକୁ କୃଷି ଉତ୍ପାଦନର ମୂଲ୍ୟ ନିର୍ଦ୍ଧାରଣ କ୍ଷମତା ପ୍ରଦାନ କରିବା, ଖଣିଜ ପଦାର୍ଥର ସମସ୍ତ ସମ୍ବଳ ବାହାରକୁ ଚାଲାଣ ବନ୍ଦ କରିବା ଇତ୍ୟାଦି ଦାବୀ ନେଇ ସେମାନେ ଏହି ଗଣଧାରଣା ଦେଇଥିଲେ । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସେଠାରେ ଥିବା ପ୍ରଶାସକଙ୍କୁ ହସ୍ତାନ୍ତର କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା