ପ୍ରାକ୍ତନ ମହୁର ଜ୍ଞାନେନ୍ଦ୍ର ଭଞ୍ଜଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ନନ୍ଦିକା ଗ୍ରାମବାସୀ, କ୍ଷାତନାମା ମହୁର ଜ୍ଞାନେନ୍ଦ୍ର ଭଞ୍ଜ (୬୫)ଙ୍କ ପରଲୋକ ହୋଇଛି । ସେ ମଧୁମେହ ରୋଗରେ ପିଡିତ ଥାଇ କିଡ୍‌ନୀ ରୋଗରେ ପିଡିତ ଥିଲେ । ସୋମବାର ବିଳମ୍ବିତ ରାତିରେ ଅସୁସ୍ଥ ହେବାରୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲେ ହେଁ ପରେ କରୋନା ପଜେଟିଭ୍ ଥିବାର ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ । ସେ ଜଣେ ପରୋପକାରୀ, ମେଳାପି, ନିଷ୍ଠାପର ବ୍ୟକ୍ତି ଭାବେ ଜଳେଶ୍ୱରରେ ପରିଚିତ ଥିଲେ । ସେ ନନ୍ଦିକା ମନ୍ଦିର ଟ୍ରଷ୍ଟର ସଭ୍ୟ ଓ ମହୁରର ସଂଘର ସଂପାଦକ ଦୀର୍ଘଦିନ ଧରି ରହିଥିଲେ । ଜଳେଶ୍ୱର ରେଜେଷ୍ଟ୍ରି ଅଫିସ୍‌ରେ ସେ ଦକ୍ଷତାର ସହିତ ମହୁରର ଭାବେ କାର୍ଯ୍ୟ କରି ଆସୁଥିଲେ । ମୃତ୍ୟୁ ବେଳେ ପୁଅ ବଳରାମ, ଜଗମୋହନ, ଝିଅ ମାମି, ଅମି, ଗୁଡି, ଉମି, ଟିକି, କବି ଓ ଜ୍ଞାଇମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ମହୁର ସଂଘ ସଭାପତି ପୁର୍ଣ୍ଣେନ୍ଦୁ ନନ୍ଦି, ସଂପାଦକ ଦେବବ୍ରତ ସେନାପତିଙ୍କ ସହିତ ବହୁ ମହୁର ଶୋକ ସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ପ୍ରଦାନ କରିଛନ୍ତି ।