ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦେଶର ଉନ୍ନତ ଅଭିଜ୍ଞତା ସମ୍ପନ୍ନ ପ୍ରାଥମିକ ଚିକିତ୍ସା ତାଲିମଦାତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆଜି ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି । ସେଣ୍ଟଜନ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାକୁ ଉପ-ମହାଲେଖାକାର ମଶରୁର୍ ଅହମ୍ମଦ ଉଦ୍ଘାଟନ କରିଥିଲେ । ସେଣ୍ଟଜନ୍ର ସଚିବ ଡ଼. ସନତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ କର୍ମଶାଳାରେ ସେଣ୍ଟଜନ୍ର ଜାତୀୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡ଼. ବନଶ୍ରୀ ସିଂହ, ମୁଖ୍ୟ ଅତିଥି, ସେଣ୍ଟଜନ୍ର ଅତିରିକ୍ତ କମିଶନର ତଥା ସ୍କାଉଟ୍ ଓ ଗାଇଡ୍ ଅନୁଷ୍ଠାନର ଜାତୀୟ ଉପ-ସଭାପତି ଡ଼. କାଳୀ ପ୍ରସାଦ ମିଶ୍ର, ଡ଼. ସୌମିତ୍ରୀ ସାମନ୍ତରାୟ, ଡ଼. ଡି.ପି. ରଥ ଓ ଡ଼. ଏସ୍.ପି. ଦାଶ ସମ୍ମାନୀତ ଅତିଥିରୂପେ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ତାଲିମ୍ଦାତାମାନଙ୍କୁ ପ୍ରାଥମିକ ଚିକିତ୍ସାର ବିଭିନ୍ନ ସମୟ ଉପଯୋଗୀ ଜୀବନ ରକ୍ଷାକାରୀ କୌଶଳମାନ ଶିଖାଇଥିଲେ । ଏହି ଅବସରରେ ଡ଼. ପଟ୍ଟନାୟକ ଆମ ରାଜ୍ୟରେ ବହୁ ସଂଖ୍ୟାରେ ପ୍ରାଥମିକ ଚିକିତ୍ସା ପ୍ରଦାନ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ୍ ପ୍ରଦାନ କରାଗଲେ ଦୈବୀଦୁର୍ବିପାକ ସମୟରେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ପାରିଲେ ଦୈବୀଦୁର୍ବିପାକ ମୃତ୍ୟୁହାର କମା ଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର