ପ୍ରାଧ୍ୟାପିକାଙ୍କ ସ୍ୱେଚ୍ଛାକୃତ ଅବସର ଗ୍ରହଣ : ଦୁଃଖମହ ମହିଳା କଲେଜ ପରିସର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଉତ୍ତର ବାଲେଶ୍ୱରରେ ମହିଳା ଉଚ୍ଚ ଶିକ୍ଷାର ପ୍ରସାର ଲାଗି ୧୯୮୪ ମସିହାରେ ଜଳେଶ୍ୱର ସହରରେ ପ୍ରତିଷ୍ଠା ହୋଇଥିଲା ଜଳେଶ୍ୱର ମହିଳା ମହାବିଦ୍ୟାଳୟ । ପୂର୍ବତନ ବିଧାୟକ ସ୍ୱର୍ଗତ ଗଦାଧର ଗିରିଙ୍କ ମନସ କନ୍ୟା ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ଲାଗି ସ୍ୱର୍ଗତ ବିଜୁ ପଟ୍ଟନାୟକ, ସମାଜ ସଂପାଦକ ୰ ରାଧାନାଥ ରଥ, ମନ୍ତ୍ରୀ ଦିଲ୍ଲିପ ରାୟଙ୍କ ଆର୍ଥୀକ ଅନୁଦାନ ଓ ଅଶ୍ୱିନୀ ପାତ୍ର ତଥା ସୁରେନ୍ଦ୍ର ଚନ୍ଦଙ୍କ ବ୍ୟାପକ ପ୍ରଚେଷ୍ଟାରେ ମହାବିଦ୍ୟାୟଟି ଗଢି ଉଠିଛି । କିନ୍ତୁ ଆଜି ଏହି ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠା ସୁରେନ୍ଦ୍ର ଚନ୍ଦଙ୍କ କନ୍ୟା ରଚିତା ଚନ୍ଦ (ପ୍ରଧାନ) ଦୀର୍ଘବର୍ଷ ଧରି ଅସୁ ସ୍ଥ ଥିବାରୁ ସେ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି । ଫଳରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ଅଧ୍ୟକ୍ଷତା କରି ନାରୀଶିକ୍ଷାର ବିକାଶ ଲାଗି ହୋଇଥିବା ପ୍ରଚେଷ୍ଟାରେ ଶ୍ରୀମତୀ ଚନ୍ଦ ଏ ଅନୁଷ୍ଠାନରେ ଏକ ବଳିଷ୍ଠ ପଦକ୍ଷେପ ନେଇଥିଲେ ବୋଲି କହିଥିଲେ । ପୂର୍ବତନ ଅଧ୍ୟକ୍ଷ କମଳା କାନ୍ତ ଚନ୍ଦ ମୁଖ୍ୟ ଅତିଥି ଓ ଡ. ଦୟାନିଧି ପ୍ରଧାନ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ରତନ ମିଶ୍ର, ଇନ୍ଦୁମତି ଗିରି, ଦିଲ୍ଲିପ କୁମାର ଘୋଷ, ଶାନ୍ତିଲତା ପାଢୀ, ଉର୍ମୀଲତା ମହାନ୍ତି, ସଂଗ୍ରାମ ପଟ୍ଟନାୟକ, ସୁରଭୀ ପ୍ରଧାନ, ସତ୍ୟମୟ ଆଚାର୍ଯ୍ୟ, ସୁଷମା ଚନ୍ଦ, ସାଇସ୍ମିତା ଗିରି ପ୍ରମୁଖ ଅତୀତ ଦିନର ସ୍ମୃତି ଓ ରଚିତ ଚନ୍ଦଙ୍କ କାର୍ଯ୍ୟନିଷ୍ଠା ସଂପର୍କରେ କହିଥିଲେ । ତାଙ୍କର ସୁସ୍ଥ ନିରାମୟ ଜୀବନ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା ହେବା ସହିତ ତାଙ୍କୁ ମାନପତ୍ର, ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା