ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଉପଜିଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ଦ୍ୱାରା ପ୍ରାର୍ଥପତ୍ର ଯାଞ୍ଚ ପରେ ନିର୍ବାଚନ ମଣ୍ଡଳୀର ପାର୍ଥିପତ୍ର ଦାଖଲ କରିଥିବା ୭ଜଣଙ୍କ ମଧ୍ୟରୁ ୨ଜଣଙ୍କ ପ୍ରାର୍ଥପତ୍ର ନାକଚ କରାଯାଇଛି ଓ ଅନ୍ୟ ୫ଜଣଙ୍କ କାଏମ ରହିଥିବା ଅଧିକାରୀ ଘୋଷଣା କରିଛନ୍ତି । କଡା ସୁରକ୍ଷା ଭିତରେ ଉପଜଲାପାଳଙ୍କ କାର୍ଯ୍ୟାଳୟର ପ୍ରକୋଷ୍ଠ ଭିତରେ ନିର୍ଦ୍ଧାରିତ ସମୟରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦଳୀୟ ଟିକେଟରେ ଦାଖଲ କରିଥିବା ପ୍ରାର୍ଥୀପତ୍ର ସହ ସ୍ୱାଧୀନ ରୂପେ ଦାଖଲ କରିଥିବା ପ୍ରାର୍ଥୀ ଏବଂ ୫ଜଣ ସମର୍ଥକଙ୍କ ଉପସ୍ଥିତିରେ ଏହି ଜାଞ୍ଚ କରାଯାଇଥିଲା । ସ୍ୱାଧୀନ ପ୍ରାର୍ଥୀ ବିଭିଷଣ ମାଝିଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ଘୋଷଣା କରାଯାଇଥିଲା କାରଣ ଜଣେ ପ୍ରାର୍ଥୀଙ୍କ ପାଇଁ ଅନ୍ୟୁତ ୧୦ଜଣ ପ୍ରସ୍ତାବକଙ୍କ ଆବଶ୍ୟକ ରହିଥିବା ବେଳେ ତାଙ୍କ ଆବେଦନ ପତ୍ରରେ କେହି ପ୍ରସ୍ତାବକ ନଥିଲେ ଓ ପାର୍ଥିପତ୍ର ର କେତେକ ସ୍ଥାନରେ ଦସ୍ତଖତ କରାଯାଇନଥିଲା । ସେହିପରି କମିଶନଙ୍କ ପକ୍ଷରୁ ମଗାଯାଇଥିବା କେତେକ ଆବଶ୍ୟକ ସୂଚନା ସେଥିରେ ନଥିବା ଉପଜିଲାପାଳ ତଥା ରିଟର୍ଣ୍ଣିଙ୍ଗ ପ୍ରତାପ ଚନ୍ଦ୍ର ପ୍ରଧାନ ଦେଖିବାକୁ ପାଇଥିଲେ ତେଣୁ ତାଙ୍କା ନାମଟି ତାଲିକାରୁ ନାକଚ କରାଯାଇଥିଲା । ସେହିପରି ଅମ୍ବିକା ମାଝୀ ଜିଲାପରିଷଦ ରୂପେ ବର୍ତ୍ତମାନ କାଶୀପୁର ବ୍ଳକରୁ ପ୍ରତିନିଧିତ୍ୱ କରୁଥିବା ବେଳେ ସେ ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଜଣେ ପ୍ରାର୍ଥୀ ବା ପ୍ରାର୍ଥୀନି ହେବାପାଇଁ ହେଲେ ମୁଖ୍ୟତ ୨୫ବର୍ଷ ବୟସ ହୋବ ଜରୁରୀ । କିନ୍ତୁ ଅମ୍ବିକାଙ୍କ କ୍ଷେତ୍ରରେ ଏହି ବିଡମ୍ବନା ଦେଖାଯାଇଥିଲା । ଅମ୍ବିକାଙ୍କ ବୟସ ଦାଖଲ କରିଥିବା ଦିନ ସୁଦ୍ଧା ୨୪ବର୍ଷ ୧୦ମାସ ହୋଇଥିବା ଯୋଗୁଁ ତାଙ୍କ ପ୍ରାର୍ଥପତ୍ରକୁ ନାକଚ କରାଯାଇଛି । କେବଳ ବୟସ ନୁହେ ୧୦ଜଣ ପ୍ରସ୍ତାବକ ପରିବର୍ତ୍ତେ ତାଙ୍କ ଆବେଦନ ର୍ଫମରେ ମାତ୍ର ୭ଜଣଙ୍କ ନାମ ଓ ଭୋଟର ତାଲିକାର ଇପିକ ନମ୍ବର ରହିଥିବା ବେଳେ ଆଉ ୩ଜଣଙ୍କର ଅଭାବ ରହିଥିଲା । ତେଣୁ ପ୍ରାର୍ଥୀପତ୍ରକୁ ନାକଚ କରଯାଇଥିବା ଉପଜିଲାପାଳ ତଥା ନିର୍ବାଚନ ରିଟର୍ଣ୍ଣିଙ୍ଗ ଅଧିକାରୀ ପ୍ରତାପଚନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
ଅମ୍ବିକା ମାଝି (ନାକଚ ହୋଇଥିବା ପ୍ରାର୍ଥୀନି)
ବିଭିଷଣ ମାଝି (ନାକଚ ହୋଇଥିବା ପାର୍ଥ)