

ଛତ୍ରପୁର (ସମୃଦ୍ଧ ଓଡିଶା) ଆସିକା ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋଇ ଆଜି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆଜି ସକାଳେ ପ୍ରମିଳା ମନ୍ଦିରରେ ପୂଜାର୍ଚ୍ଚନା କରି ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରମିଳାଙ୍କ ସାଙ୍ଗରେ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ବହୁ ମହିଳା ଗୋଷ୍ଠୀ ସଦସ୍ୟା, ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀମତି ବିଷୋୟୀ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିବା ସହ ନାରୀମାନଙ୍କ ଉନ୍ନତି ଦିଗରେ ନବୀନ ବାବୁ ପ୍ରୟାସ କରି ଆସିଛନ୍ତି ବୋଲି କହିବା ସହ ଆସିକାବାସୀଙ୍କ ସେବା ନିମନ୍ତେ ମୋତେ ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି ଏହାସହ ଆସିକା ଅଂଚଳର ବିକାଶ ପାଇଁ ଉଦ୍ୟମ କରିବି ବୋଲି କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
