ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭାଲେଣ୍ଟାଇନ ଡେ ରେ ପ୍ରେମ ପକ୍ଷୀମାନଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷ ମଧ୍ୟ ବଜରଙ୍ଗ ଦଳ ର କର୍ମୀ ମାନେ ପ୍ରେମ ଦିବସ ରେ ବିରୋଧ କରିବେ ନାହିଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ସଂଯୋଜକ ଦେବାଶିଷ ରାଉତ ସ୍ପଷ୍ଟ କରିଛନ୍ତି । ବଜରଙ୍ଗ ଦଳର ଭଲେଣ୍ଟାଇନ ଦିବସ ଭଳି ଅପ ସଂସ୍କୃତି କୁ ବିରୋଧ କରୁଛି କିନ୍ତୁ ଆମେ ଏ ବର୍ଷ କୋୖଣସି ପିକେଟିଂ ତଥା କୋୖଣସି ଅପ୍ରୀତିକର କାମ କରିବୁ ନାହିଁ ବୋଲି ଶ୍ରୀ ରାଉତ କହିଛନ୍ତି । ଅପରପକ୍ଷେ ଚଳିତ ବର୍ଷ ବଜରଙ୍ଗ ଦଳର କର୍ମୀ ମାନେ ପ୍ଲା କାର୍ଡ ଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କୁ ସଚେତନ କରିବେ ଏବଂ ଯଦି କେହି ବଜରଙ୍ଗ ଦଳ ନାମରେ କିଛି ଅଘଟଣ କରେ ତୁରନ୍ତ ନିକଟସ୍ଥ ଥାନା ରେ ଜଣାଇବାକୁ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା ସହ ସଂଯୋଜକ ଜଗନ ଜେନା ଓ ବଦ୍ରିନାଥ ରଣସିଂହ, ସାପ୍ତାହିକ ମିଳନ ପ୍ରମୁଖ ଅଭିମନ୍ୟୁ ପାତ୍ର, ସୁରକ୍ଷା ପ୍ରମୁଖ ପ୍ରଭାତ ତ୍ରିପାଠୀ, ଗୋ – ରକ୍ଷା ପ୍ରମୁଖ ପ୍ରକାଶ କାଳିଆ ଆଦି ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବବର୍ଷ ମଧ୍ୟ ଶିବରାତ୍ରି ଓ ଭାଲେଣ୍ଟାଇନ୍ ଡେ ଗୋଟିଏ ଦିନରେ ପଡି ଥିବାରୁ ବଜରଙ୍ଗ ଦଳ ର କର୍ମୀ ମାନେ ପ୍ରେମ ପକ୍ଷୀ ଙ୍କୁ ବିରୋଧ ନକରି ଲିଙ୍ଗରାଜ ମନ୍ଦିରରେ ସେବାକାର୍ଯ୍ୟ କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର