ପ୍ରୟାସ ୨୦୨୦ ଉଦ୍‌ଯାପିତ : ଗ୍ରାମ୍ୟ ପ୍ରତିଭାଧର ସମ୍ମାନିତ ହେବା ଉଚିତ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୪ ଦିନ ଧରି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶେଖସରାଇଠାରେ ଆରମ୍ଭ ହୋଇଥିବା ପ୍ରୟାସ୨୦୨୦ ଉଦ୍‌ଯାପିତ ହୋଇଛି । ଗ୍ରାମାଂଚଳର ପ୍ରତିଭାଧରଙ୍କୁ ଚିହ୍ନି ପ୍ରତ୍ସୋହନ କରିବା ଏବଂ ପରମ୍ପରା ଓ ସଂସ୍କୃତ ମଧ୍ୟରେ ସାମାଜିକ ବିକାଶ ଘଟାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଉଦ୍‌ଯାପନୀ ଉତ୍ସବରେ ସଭାପତିତ୍ୱ କରି ହରିପଦ ମାନ୍ନା ଉତ୍ସବର ଉଦ୍ଦେଶ୍ୟ ଓ ସ୍ୱାଗତ ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ୱାଇଁ, ମୁଖ୍ୟ ଅତିଥି ସମାଜସେବି ବିନୋଦ ବିହାରୀ ମହାନ୍ତି ଓ ସମ୍ମାନୀତ ଅତିଥିଭାବେ ମାୟାଧର ଦାସ ଯୋଗ ଦେଇ ଗ୍ରାମାଞ୍ଚଳର କୃତି ଛାତ୍ରଛାତ୍ରୀ, ଗୃହିଣୀ, ଶିକ୍ଷକ, ଶ୍ରମିକ, କୃଷକ, ସମାଜସେବୀ ଓ ସେବାରେ ନିଜକୁ ନିୟୋଜିତ କରିଥିବା ବ୍ୟକ୍ତି ମାନଙ୍କୁ ପ୍ରତ୍ସାହନ ଦେବାଲାଗି ପ୍ରୟାସ ଭଳି ଅନୁଷ୍ଠାନ ଆଗେଇ ଆସିବା ଉଚିତ୍ ବୋଲି କହିଥିଲେ । ଦୀର୍ଘ ୪ ଦିନ ମଡ଼ଧ୍ୟରେ କୁନି କୁନି ପିଲାଙ୍କର ନାଚ, ଝୁଟି ପକାଇବା, ଚିତା କାଟିବା, ଶଂଖ ବାଦନ କରିବା, ରୁଟି ସେକିବା ପ୍ରଭୃତି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୭୨ ୟୁନିଟ୍ ରକ୍ତ ସଂଗ୍ରହ ଓ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିବସ ମାନଙ୍କରେ ଡ. ବିବେକାନନ୍ଦ ସାହୁ, ଆଇନ୍‌ଜିବୀ ସତ୍ୟସୁନ୍ଦର ଦାସ, ପ୍ରଫେସର ରତ୍ନାକର ରାୟ, ସାଂସଦ ଜିଲା ପ୍ରତିନିଧି ଉମାକାନ୍ତ ମହାପାତ୍ର ଅତିଥିରୂପେ ଯୋଗ ଦେଇଥିବା ବେଳେ ଡା. ସୁଶାନ୍ତ ପାଳ, ସୁଜିତ୍ ବାବୁ, ବେଣୁଧର ହୁଇ, ମନୋଜ କୁମାର ଦାସ ପ୍ରମୁଖ ଚିକିତ୍ସକମାନଙ୍କ ଦ୍ୱାରା ମାଗଣା ସେବା ଯୋଗାଇ ଦିଆଯାଇଥିଲା । ସ୍ୱର ଜଳେଶ୍ୱରର ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା