ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହାର ପ୍ରଭାବ ଦ୍ରୁତ ଗତିରେ ବଢ଼ି ଚାଲିଥିବା ଜଣାପଡିଛି । କରୋନା ମହାମାରୀ ସୁସ୍ଥ ହେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରକାର ଟୀକା କିମ୍ବା ଔଷଧ ବାହାରି ନ ଥିବା ବେଳେ ଆମ ରାଜ୍ୟରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଏକ ନୂଆ ଆଶା ସଞ୍ଚାର କରିଛି । ଯେଉଁଥି ପାଇଁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ କିପରି ନିଜର ପ୍ଲାଜମା ଅନ୍ୟମାନଙ୍କୁ ଦାନ କରିବେ, ଯାହା ଫଳରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ବ୍ୟକ୍ତିମାନେ ସେମାନଙ୍କର ବହୁ ମୂଲ୍ୟ ଜୀବନ ପାଇପାରିବେ । ତେଣୁ କରି ସୁସ୍ଥ ବ୍ୟକ୍ତିମାନଙ୍କୁ ପ୍ଲାଜମା ପ୍ରଦାନ କରିବା ନିମନ୍ତେ ବୁଝାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ତେଣୁ କରି ଆମେ ଯଦି ସ୍ୱ-ଇଚ୍ଛାରେ ପ୍ଲାଜମା ଅନ୍ୟ ଜଣେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦାନ କରିବା ତା ହେଲେ ଆମେ ଜଣଙ୍କ ଜୀବନ ବଞ୍ଚାଇ ପାରିବା ତା ସଂଗେ ତା ପରିବାର ମୁହଁରେ ହସ ଫୁଟାଇ ପାରିବା ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା