ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ରେଳବାଇ ସର୍ବତ୍ର ସମସ୍ତଙ୍କ ପାଇଁ ଏକ ନିୟମ ଓ ନିତୀରେ ପରିଚାଳିତ ହେଉଥିବା ଅଦ୍ୟାବଧି ସମସ୍ତଙ୍କ ବିଶ୍ୱାସ ରହିଛି । କିନ୍ତୁ ଗୋଟିଏ ରାଜ୍ୟରେ ସର୍ବତ୍ର ଗୋଟିଏ ନିୟମ ଥିବା ବେଳେ ସେହି ରାଜ୍ୟର କ୍ରିୟଦଂଶରେ ଅନ୍ୟଏକ ନିୟମ ଦେଖିବାକୁ ମିଳିଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଓଡିଶା ରାଜ୍ୟର ବାଲେଶ୍ୱର ଜିଲା ରେଳବାଇ ଅଧିନରେ ଥାଇ ମଧ୍ୟ ଖଡଗପୁର ଡିଭିଜନ୍ରେ ଥିବାରୁ ଏହାର ନିତିନିୟମ ସହିତ ଅନ୍ୟଜିଲାରେ ପ୍ରଚଳିତ ନିତିନିୟମରେ ତାରତମ୍ୟ ଦେସଖିବାକୁ ମିଳୁଛି । ଉଦାହରଣ ସ୍ୱରୂପ ଓଡିଶାରେ ଥିବା ପୂର୍ବତଟ ରେଳବାଇ ଓ ଦକ୍ଷିଣପୂର୍ବ ରେଳପଥର ସବୁ ଷ୍ଟେସନରେ ପ୍ଲାଟଫର୍ମ ଟିକଟର ମୂଲ୍ୟ ୧୦ଟଙ୍କା ଥିବା ବେଳେ ଖଡଗପୁର ଡିଭିଜନ୍ର ବାଲେଶ୍ୱର ଜିଲା ଅଂଚଳରେ ଏହା ୨୦ଟଂକା ଥିବାରୁ ବଂଗାଳୀମାନଙ୍କ ଓଡିଶାପ୍ରତି ବୈମାତୃକ ଭାବ ସ୍ପଷ୍ଟ ସୂଚନା ମିଳିଛି । ଖଡଗପୁର ଡିଭିଜନ୍ ଅନ୍ତର୍ଗତ ଲକ୍ଷ୍ମଣନାଥ ଠାରୁ ରାଣୀତାଲ ମଧ୍ୟରେ ସବୁ ଷ୍ଟେସନରେ ପ୍ଲଟଫର୍ମ ଟିକଟ ୨୦ଟଙ୍କାରେ ମିଳୁଥିବା ବେଳେ ଓଡିଶାର କଟକ, ଭୂବନେଶ୍ୱର ଏପରିକି ଖଡଗପୁର ରେଳ ଷ୍ଟେସନରେ ୧୦ଟଙ୍କାରେ ପ୍ଲଟଫର୍ମ ଟିକଟ ମିଳୁଛି । ତେଣୁ ଏପରି ତାରତମ୍ୟକୁ ଦୂର କରିବା ସହିତ ଦେଶର ସମଗ୍ର ରେଳ ଷ୍ଟେସନରେ ଏକ ନିମୟ ପ୍ରଚଳନ କରିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି ପରିଡା