ଫକୀରମୋହନ ମେଡିକାଲ କଲେଜ ପକ୍ଷରୁ କୋଭିଡ଼‌-୧୯ର ଅଧିକ ପରୀକ୍ଷଣ ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ବାଲେଶ୍ୱର ସ୍ଥିତ ଫକୀରମୋହନ ମେଡିକାଲ କଳେଜ ପରିସରରେ କୋଭିଡ଼‌-୧୯ର ପରୀକ୍ଷା ଲାଗି ବ୍ୟବସ୍ଥା କରିଛନ୍ତି । ବାଲେଶ୍ୱର ଜିଲା ପଶ୍ଚିମବଙ୍ଗକୁ ଲାଗି ରହିଛି ଏବଂ ଏଠାରେ କୋଲକତା ଲିଙ୍କ୍ ଅଧିକ ରହିଥିବାରୁ ଏପରି ପରୀକ୍ଷା ଅତ୍ୟାବଶ୍ୟକ ବୋଲି କୁହାଯାଇଛି । ତଥ୍ୟ ଅନୁଯାୟୀ ବାଲେଶ୍ୱରରେ ପ୍ରତିଦିନ ମାତ୍ର ୩୦ଟି ପରୀକ୍ଷା ହେବାର ବ୍ୟବସ୍ଥା ଥିବା ବେଳେ ଏହାକୁ ଅଧିକ କରିବାକୁ ଆଜି ମେଡିକାଲ କଲେଜ ଶାଖା ପକ୍ଷରୁ ଏକ ବୈଠକରେ ଦାବି କରାଯାଇଛି । ଜଳେଶ୍ୱର ଶାଖର ସଭାପତି ବିଷ୍ଣୁପଦ ମହାନ୍ତି ଆଜିର ବୈଠକରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମଳ ଚକ୍ରବର୍ତ୍ତୀ, ଅରୁଣ ବେଜ, ଡ. ଅଜିତ୍ କୁମାର ମହାନ୍ତି, ମନୋରଂଜନ ଦାସ, ସୁକୁମାର ରଣା, ରବିନାରୟଣ ପାତ୍ର ଓ ଅବନୀ ଚାନ୍ଦ ପ୍ରମୁଖ ଯୋଗ ଦେଇ କୋଭିଦ୍‌-୧୯ ପରୀକ୍ଷା ପାଇଁ ଗୁରୁତ୍ୱ ଓ ପ୍ରତି ଡାକ୍ତରଖାନାରେ ସାଧାରଣ ରୋଗୀଙ୍କ ଚିକିତ୍ସାର ବ୍ୟବସ୍ଥା ଏବଂ ଭଟ୍ଟର ହସ୍‌ପିଟାଲରେ ଜଣେ ଭେଷଜ ଡାକ୍ତରଙ୍କୁ ଅବିଳମ୍ବେ ନିଯୁକ୍ତି ଦେବାକୁ ଦାବୀ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା