ଛତ୍ରପୁର (ସମୃଦ୍ଧ ଓଡିଶା) ଫଟୋ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ନିମନ୍ତେ ଏକ ବୈଠକ ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବୁଥ୍ ଲେବଲ ଅଫିସର ଓ ସୁପରଭାଇଜର ଏବଂ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ କରାଯାଇଥିଲା । ଏଥିରେ ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଞ୍ଜନ ପୃଷ୍ଟି ଯୋଗଦେଇ ସ୍ୱତନ୍ତ୍ର ଭୋଟର ତାଲିକା-୨୦୨୦ ସଂଶୋଧନ କାର୍ଯ୍ୟସୂଚୀ ନେଇ ଅବଗତ କରାଇବା ସହ ଭୋଟର ତାଲିକା କେମିତି ସଠିକ ଭାବେ ପ୍ରକାଶ ପାଇବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଆସନ୍ତା ୨୮,୨୯ ଓ ଡିସେମ୍ବର ୫ ଏବଂ ୬ତାରିଖକୁ ସ୍ୱତନ୍ତ୍ର ପ୍ରଚାର ଦିବସ ଭାବେ ଧାର୍ଯ୍ୟ କରାଯାଇଛି । ଏହି ୪ଦିନରେ ସମସ୍ତ ବିଏଲଓ ଏବଂ ସୁପରଭାଇଜନର ମାନେ ଭୋଟ ଗ୍ରହଣ କେନ୍ଦ୍ରମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିବେ । ୨୦୨୧ ଜାନୁଆରୀ ୧ ସୁଦ୍ଧା ଯେଉଁମାନଙ୍କୁ ୧୮ବର୍ଷ ବୟସ ହୋଇଥିବ ସେମାନଙ୍କ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରାଇ ପାରିବେ । ଯେଉଁମାନେ ସ୍ଥାନାନ୍ତର ହୋଇଥିବେ ଓ ଯାହାର ମୃତ୍ୟ ହୋଇସାରିଛି ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ ବୋଲି କୁହାଯାଇଛି । ଏହି ବୈଠକରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବ୍ଲକ୍ ଜିପିଇଓ ସହଦେବ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା