
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ତଳେ ଓଡିଶାର ୧୧ଟି ଜିଲାରେ ପ୍ରଳୟଙ୍କରି ବାତ୍ୟା ପଣୀର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାରୁ ବିଭିନ୍ନ ଅଂଚଳରୁ ସହାୟତା ଆସୁଥିବା ବେଳେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପିମୋହନପୁର ପଂଚାୟତର ବିଜୁଯୁବବାହିନୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫପାଣ୍ଠିକୁ ୨୦ହଜାର ୧୦ଟଙ୍କା ପଠାଇଥିବା ଜଣାଯାଇଛି । ଯୁବବାହିନୀର ସଂପାଦକ ମାନସ ରଂଜନ ଧଳ ଓ କୋଷାଧ୍ୟକ୍ଷ ଭାଗବତ ଦାସ, ମ୍ୟୁନିସିପାଲ୍ଟି କୋଡିନେଟର ଜଗନ୍ନାଥ ଗୋଚ୍ଚାୟତ, ତନ୍ମୟ ଚନ୍ଦ୍ର, ବାପୁ କାମିଳା, ତପନ ଧଳ, କାହ୍ନୁ ପ୍ରଧାନ, ମୁନା ଭୁୟାଁ, ରାଧାଗୋବିନ୍ଦ ଦାସ, ଜିଲାପରିଷଦ ସଦସ୍ୟ ଗୌରହରୀ ଜେନାଙ୍କ ସହିତ ପଂଚାୟତର କେତେକ ବୁଦ୍ଧିଜିବୀଙ୍କ ସହାୟତାରେ ଏହି ଅର୍ଥ ଯୋଗାଡ କରାଯାଇଥିଲା । ଫଣୀ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବାପାଇଁ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜଳେଶ୍ୱର ଆଇସିଆଇସିଆଇ ବ୍ୟାଙ୍କ ଶାଖା ପରିଚାଳକଙ୍କ ଜରିଆରେ ପଠାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା