ଫନି ପାଇଁ ସ୍ଥାନୀୟ ସିପିଏମ୍ ପକ୍ଷରୁ ରାଜ୍ୟ କମିଟିକୁ ସହାୟତା ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଝଡ଼ ଫନିର ତାଣ୍ଡବରେ ରାଜ୍ୟର ୬ଟି ଜିଲାର ବ୍ୟାପକ କ୍ଷତି ଘଟିଥିବା ବେଳେ ଅଦ୍ୟବଧି ପୁରୀ ଜିଲାର ସମସ୍ତ ଅଂଚଳକୁ ସରକାରୀ ସହାୟତା ମିଳିନଥିବା ବେଳେ ବହୁ ସଂଗଠନ ରିଲିଫ କାର୍ଯ୍ୟକୁ ତ୍ୱରାନ୍ନିତ କରିବାପାଇଁ ଚେଷ୍ଟା ଚଳାଇଛନ୍ତି । ତେଣୁ ଗତକାଲି ଜଳେଶ୍ୱର ଲୋକାଲ କମିଟି ତରଫରୁ ୧୧ ହଜାର ଟଙ୍କାର ସହାୟତା ସିପିଏମ୍ର ଜିଲା କମିଟି ଜରିଆରେ ରାଜ୍ୟ କମିଟିକୁ ପଠାଯାଇଛି । ଏହି ସଂଗ୍ରରେ ଜିଲା ସଂପାଦକ ଶିଶିର ହୁଇ, ଆଂଚଳିକ ସଂପାଦକ ଦିଲ୍ଲିପ ଗିରି, ଦିପ୍ତିମାନ ଆଚାର୍ଯ୍ୟ, ଦିଲ୍ଲିପ ପରିଡା, ଜୀବନ ପରିଡା, ଚନ୍ଦନ ଶତପଥି, କୂଳଦିପ ଗିରି, ଜଳଧର ଗୋଚ୍ଛାୟତ, ସନ୍ତୋଷ ଦାସ, ସମ୍ବୁନାଥ ଗୋଚ୍ଛାୟତ, ଅଜୟ ମୁଖୀ, ପଲ୍ଟୁ ଦାସ ଓ ଗଣେଶ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା