ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ରେଡ଼ି ମହାଜନ ସଂଘ ପକ୍ଷରୁ ଓଡ଼ିଶାର ବାତ୍ୟାକ୍ଳିଷ୍ଟଙ୍କ ପାଇଁ ୫୧ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଗତକାଲି ସଂଘ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରିଥିଲେ ଏବଂ ସହାୟତା ରାଶି ପ୍ରଦାନ କରିଥିଲେ । ଏହି ସମୟରେ ସଂଘର ଜିଲ୍ଲା ସଭାପତି ସି.ଏଚ୍ ଦିଲ୍ଲେଶ୍ୱର ରେଡ଼ିଙ୍କ ସମେତ ଉପଦେଷ୍ଟା କାମରାଜୁ ରେଡ଼ି, ସି.କ୍ରିଷ୍ଣା ରେଡ଼ି, ତାଲୁକା ସଭାପତି ସି.ଏଚ କ୍ରିଷ୍ଣା ରେଡ଼ି,ସି.ଏଚ ରାମ ଚନ୍ଦ୍ର ରେଡ଼ି, ଏସ.କାନ୍ତାୟା ରେଡ଼ି, ଉପସଭାପତି ୟୁ.ଭଗବାନ ରେଡ଼ି, ସଂପାଦକ ଏସ.ରାମୁଲୁ ରେଡ଼ି, ଜିଲ୍ଲାସଭ୍ୟ ଏମ.ବେଣୁଗୋପାଳ ରେଡ଼ି, ତାଲୁକା ଉପଦେଷ୍ଟା କେ.ଗଣେଶ ରେଡ଼ି, ସଭ୍ୟ ଏନ.କାମରାଜୁ ରେଡ଼ି, ଏସ.ବୈରାଗୀ ରେଡ଼ି, ସଂପାଦକ ପି.ରାମା ରାଓ, ତାଲୁକା ସଂପାଦକ କେ.ଡ଼ିଲି ରେଡ଼ି, କେ.ହାରମ୍ଭ ରେଡ଼ି, ତାଲୁକା ସଭାପତି କେ.ବାଲା ରେଡ଼ି, ତାଲୁକା ସଂପାଦକ ସି.ଏସ ଚିନ୍ନାବାବୁ, ଏମ.କ୍ରିଷ୍ଣାମୁର୍ତି ରେଡ଼ି ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା