ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରେ ସାମୁଦ୍ରିକ ଝଡ ଫନି ବାତ୍ୟା ବହୁ ପରିମାଣରେ କ୍ଷତିଗ୍ରସ୍ତ କରିଛି । ଘର, ଗଛ, ରାସ୍ତାଘାଟ, ସବୁ ଭାଙ୍ଗି ପଡିଛି । ଏମିତିକି ବିଜୁଳି ନାହିଁ, ଜଳ ନାହିଁ, ରହିବାକୁ ଘର ନାହିଁ, ଖାଇବାକୁ ଖାଦ୍ୟ ନାହିଁ, ଲୋକମାନେ ଖୋଲା ଆକାଶ ତଳେ ଏବଂ ଭୋକ ଉପାସରେ ଦିନ କାଟୁଛନ୍ତି । ଏହିଭଳି ପରିସ୍ଥିତିରେ ଫନି ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଓ ଖୋର୍ଦ୍ଦା ଜିଲ୍ଲା ପାଇଁ ସହାୟତା, ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଭାବିତ ପରିବାରଙ୍କ ପାଇଁ ୫୦ କେଜି ଚାଉଳ, ପଲିଥିନ ଓ ୨ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ପ୍ରଭାବିତ ପରିବାରକୁ ଅତିରିକ୍ତ ମାସକର ଚାଉଳ, ପଲିଥିନ ଓ ହଜାର ଟଙ୍କା, ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଯୋଗାଇ ଦେବା ପାଇଁ ଏମିତ ଅତିରିକ୍ତ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତୀ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା