‘ଫନି’ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ‘ଫନି’ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାକୁ ସହାୟତା ପାଇଁ ବିଭିନ୍ନ ସଂସ୍ଥା, ପ୍ରଶାସନ, ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହାୟତା ଚାଲିଥିବା ବେଳେ ଗଞ୍ଜାମ ପୋଲିସ ମଧ୍ୟ ତାଙ୍କ ପକ୍ଷରୁ ସହାୟତାର ହାତ ବଢ଼ାଇଛି । ପୂର୍ବରୁ ଗଞ୍ଜାମ ପୋଲିସ ପକ୍ଷରୁ ରିଲିଫ ପାଇଁ ୩ଟି ଟ୍ରକ ଓ ଗୋଟିଏ ପିକଅପ ଭ୍ୟାନ୍ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ପଠାଯାଇଥିଲା ଏବଂ ଦିନକୁ ହଜାରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ମାଗଣାରେ ମଧ୍ୟ ଦିଆଯାଉଛି ଏଥିସହ ଗତକାଲି ଗଞ୍ଜାମ ଏସପି ବିଜ୍ରେଶ କୁମାର ରଏଙ୍କ ତତ୍ୱବଧାନରେ ଗଞ୍ଜାମ ପୋଲିସ କର୍ମଚାରୀମାନେ ନିଜ ଦରମାରୁ ସହାୟତା ପ୍ରଦାନ କରିଛନ୍ତିି । ଏନେଇ ଶନିବାର ଡିଏସପି ଦିଲ୍ଲିିପ ଦାସଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ପୁରୀ ଯାଇ ସେଂଟାଲ ରେଞ୍ଜ ଆଇଜି ସୈାମେନ୍ଦ୍ର ପ୍ରିୟଦର୍ଶୀଙ୍କୁୁ ୨ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତିି । ଏହି ଚେକ ପ୍ରଦାନ କରିବା ସମୟରେ ଆରଆଇ ସୁବଳ ସୋରେନ, ପୋଲିସ ହାବିଲଦାର ସଂଘର ସଭାପତି ଅଭିମନ୍ୟୁୁ୍ ଜାଲି, ସଂପାଦକ ସୁବାଷ ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା