
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ଗ୍ରାମରେ ନିର୍ମାଣା ହୋଇଥିବା ରାସ୍ତାକୁ ସୁରକ୍ଷିତ କରିବା ପାଇଁ ଏକ ଗାଡ ୱାଲ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ଗାଡ ୱାଲ ନିର୍ମାଣ ୩ ଦିନ ନ ପୁରୁଣୁ ତାହା ବିଭିନ୍ନ ସ୍ଥାନରେ ଫାଟି ଯାଇଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନାମ୍ପୋ ପଞ୍ଚାୟତର ସମିତି ସଦସ୍ୟ ସତିଶ ପ୍ରମାଣିକଙ୍କ ଘର ଠାରେ ଏହା ନିର୍ମାଣ ହେଉଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହା ଫାଟିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବିଡିଓ ଏଥିପ୍ରତି ଗୁରୁତ୍ୱ ଦେଇ ଠିକାଦାରଙ୍କୁ ତାଗିଦ୍ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା