

ଛତ୍ରପୁର (ସମୃଦ୍ଧ ଓଡିଶା) ଫୁଲୱମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ବୀର ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଉଦ୍ଦେଶ୍ୟରେ କେନଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଚଣ୍ଡୀ ମନ୍ଦିର ଛକ ନିକଟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଛତ୍ରପୁର ଜୁବ ସଂଘ ପକ୍ଷରୁ ଅପର ବସ୍ ଷ୍ଟାଣ୍ଡ ଠାରୁ ବାହାରି ଭାରତ ମାତାକି ଜୟ ସ୍ଲୋଗାନରେ ମଝି ବଜାର ରିକାପୁଲି ଦେଇ ଚଣ୍ଡୀ ମନ୍ଦିର ଛକ ନିକଟରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ଛତ୍ରପୁରରେ ଥିବା କଲେଜ ଛାତ୍ର ମାନେ ସାମିଲ ହୋଇଥିଲେ । ଗତବର୍ଷ ଫେବୃଆରୀ ମାସ ୧୪ ତାରିଖ ଦିନ ଫୁଲୱମାରେ ଯେଉଁ ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ବୀର ଶହୀଦ ଯବାନମାନଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଛତ୍ରପୁରର ବହୁ ଛାତ୍ର ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



