

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଫୋରମ୍ ଫର୍ ଗଞ୍ଜାମ ଓ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କରୋନା ଏକ ବିଶ୍ୱ ମହାମାରୀରେ ପରିଣତ ହୋଇଛି । କିନ୍ତୁ ଆପଣମାନଙ୍କ ସହଯୋଗ, ସଚେତନତା ଏବଂ ସତର୍କତା ଦ୍ୱାରା ଏହାର ପ୍ରତିରୋଧ ସମ୍ଭବ ହୋଇପାରିବ ବୋଲି କହିବା ସହ ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ନାରା ଦେଇଥିଲେ । ଏହାସହ ଯାହାର ଖାସ ଛିଙ୍କ ହେଉଛି ସେମାନେ ମାସ୍କ୍ ପିନ୍ଧନ୍ତୁ ସମସ୍ତେ ମାସ୍କ୍ ପିନ୍ଧିଲେ ଅଜଥା କଳାବଜାରି ହେବ ସମସ୍ତେ ବାହାରକୁ ଯାଇ ଆସିଲେ ସାବୁନ୍ ରେ ହାତ ଧୋଇବାକୁ ଅନୁରୋଧ କରାଯାଇଥିଲା । ସରକାରଙ୍କ ନିୟମ ମାନି ଚଳିଲେ ଆମେ କରୋନାକୁ ଦୂରେଇ ଦେଇ ପାରିବା ବୋଲି କହି ବ୍ରହ୍ମପୁର ରେଳଷ୍ଟେସନ ଠାରୁ ହିଲ୍ ପାଟଣା ପର୍ଯ୍ୟନ୍ତ ସଚେତନତା କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଫୋରମର ସଂଯୋଜକ ସୁଧିର ରାଉତ, ଶ୍ୟାମସୁନ୍ଦର ଖାଡାଙ୍ଗା, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସବିତା ସାହୁକାର, ସୁରେଶ ତ୍ରିପାଠୀ, ବି ସ୍ଵରାଜ୍ୟ ସୁବୁଦ୍ଧି, ମାଧବ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
