



ବ୍ରହ୍ମପୁର (ସମୃଦ୍ଧ ଓଡିଶା) କାନାଡ଼ାର ଟରୋଣ୍ଟରେ ରହୁଥିବା ପ୍ରବାସୀ ଭାରତୀୟ ମାନଙ୍କ ଦ୍ୱାରା ପ୍ରବାସୀ ଭାରତୀୟ ଗଗନ ବିହାରୀ ଶୁକ୍ଲାଙ୍କ ନେତୃତ୍ୱରେ ଆଜି ପାର୍କ ସାହି ନିକଟସ୍ଥ ଫ୍ରେଣ୍ଡସ ୱେଲଫେର କ୍ଳବ ଠାରେ ୨୦ଜଣ ଗରିବ ପରିବାରଙ୍କୁ ଚାଉଳ, ଡାଲି, ତେଲ, ଅଟା, ଆଳୁ, ପିଆଜ, ବିସ୍କୁଟ, ସାବୁନ ଇତ୍ୟାଦି ଶୁକ୍ଲା ବାବୁଙ୍କ ଭଉଣୀ ମଧୁସ୍ମିତା ସାବତ ଓ ଭିଣୋଇ ସୁରେନ୍ଦ୍ର ନାଥ ସାବତଙ୍କ ତତ୍ୱାବଧାନରେ ବଣ୍ଟନ କରାଯାଇଛି । ଏହା ଆଗରୁ ବ୍ରହ୍ମପୁରର ଲୋଚାପଡ଼ା ଅଞ୍ଚଳରେ ୪୫ଜଣ ଗରିବ ପରିବାରଙ୍କୁ ଏପରି ବଣ୍ଟନ କରାଯାଇଥିଲା । ଟରୋଣ୍ଟରେ ରହୁଥିବା ପ୍ରବାସୀ ଭାରତୀୟମାନେ ଏପରି ବଣ୍ଟନ କାର୍ଯ୍ୟକ୍ରମ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗରେ ମଧ୍ୟ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଫ୍ରେଣ୍ଡସ ୱେଲଫେର କ୍ଳବର ପ୍ରେଜେଣ୍ଟ ଚେୟାରମ୍ୟାନ କେ. ରବିବାବୁ, ସଭାପତି ଆର.ଶଙ୍କର ରାଓ ଆଚାରୀ, ଫଣ୍ଡର ପ୍ରେସିଡେଣ୍ଟ ଏ.ଲକ୍ଷ୍ମୀ ନାରାୟଣ, ସିଏଚ. ଦୁର୍ଗା ପ୍ରସାଦ, ବି. ଭେଙ୍କଟ ରାଓ, ବି.ରାଜୁ, ପ୍ରବୀଣ କୁମାର, ଏମ.କାଳି ଦାସ, ୱାଇ.କେ. ରଞ୍ଜିତ କୁମାର, କେ.ଶ୍ରୀନିବାସ ରାଓ, କେ.ଗୋପୀ, କେ.ସୋମେଶ୍ୱର ରାଓ, ଏଲ. ରେଣୁକେଶ୍ୱର ରାଓ, ଏଲ. ଗୋପୀ ନାଗରାଜ, ଦେବୀ ପ୍ରସାଦ ପାଢ଼ୀ, ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବୋଲି ପ୍ରୋଜେକ୍ଟ ଚେୟାରମ୍ୟାନ କେ. ରବି ବାବୁ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା






