

ଛତ୍ରପୁର (ସମୃଦ୍ଧ ଓଡିଶା) ବାହୁଡା ନଦୀରୁ ବାଲି ଲିଜକୁ ରଦ୍ଦ କରି ବାଲି ଚାଲାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚୌଧୁରୀ ଟିକରପଡା ପଞ୍ଚାୟତ ବଜ୍ରଗୁମ୍ମା ଗ୍ରାମର ପଶ୍ଚିମ ପୋଟରେ ଥିବା ବାହୁଡା ନଦୀ ବାଲିକୁଦରୁ ବାଲି ଚାଲାଣ ନିମନ୍ତେ ଗ୍ରାମବାସୀଙ୍କ ବିନା ଅନୁମତିରେ ନଦୀକୁ ରାସ୍ତା ସଂଯୋଗ କରି ଜବରଦସ୍ତି ଜେସିବି, ହିଟାଚି, ଟ୍ରାକ୍ଟର ଏବଂ ହାଇୱା ଦ୍ୱାରା ବାଲି ଚାଲାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ବାଲି ଚାଲାଣ ହେଲେ ଗ୍ରାମର ଉଭୟ ପାଶ୍ୱର୍ର ଲୋକ ବିପଦ ମୁଖରେ ପଡିବେ । ଘର ଗୁଡିକ ନଦୀ ପାଶ୍ୱର୍ରେ ରହିଥିବା ହେତୁ ଗ୍ରାମର ପ୍ରାୟ ୧୬୦ ଘର ଭାସିଜିବାର ଆଶଙ୍କା ରହିଛି । ପୂର୍ବରୁ ଗ୍ରାମର ପୂର୍ବ ପଟେ ଥିବା ବାଲି ଲିଜ୍ ହୋଇ ପ୍ରଚୁର ବାଲି ଚାଲାଣ ହେଉଥିଲା । ଏହାକୁ ବିରୋଧ କରି ଗ୍ରାମବାସୀ ମାନେ ଏହି ବାଲି ଲିଜକୁ ରଦ୍ଧ କରି ବାଲି ଚାଲାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଏହା ବନ୍ଦ ନ କରାଗଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ସମାଜସେବୀ ଇଂ ଉତ୍ତମ କୁମାର ପାଣିଗ୍ରାହୀ, ବୃନ୍ଦାବନ ବେହେରା, ସନ୍ତୋଷ ସାହୁ, ରଘୁନାଥ ଗୌଡ, ସୁଧିର ସାହୁ, ହରି ଅଧିକାରୀ, ନରସିଂହ ଅଧିକାରୀ, ବୁଲୁ ଗୌଡ, ନରସିଂହ ଅଧିକାରୀ, ରବିନ୍ଦ୍ର ସେଠୀ, ଗଣେଷ ସାହୁ, ରମେଶ ଚନ୍ଦ୍ର ଦାଶ, ରମାକାନ୍ତ ଗୌଡ, ଦେବରାଜ ମିଶ୍ର, ଧିରେନ ଅଧିକାରୀ, ରାଧାଶ୍ୟାମ ପଣ୍ଡା, କୁରେଶ ସାହୁ, ତ୍ରିନାଥ ସାହୁ, ଶଙ୍କର ସାହୁ, ଅରୁଣ ଗୌଡ, ପ୍ରମୋଦ ସାହୁଙ୍କ ସମେତ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
