

ଵ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଅପରାହ୍ନରେ କାଳ ବୈଶାଖୀ ତୋଫାନି ପବନ, ବର୍ଷା ବେଳେ ବେଲଗୁଣ୍ଠା ବ୍ଲକର ଠେଙ୍ଗାଧର ଓ ମନ୍ଦାର ଗ୍ରାମ ରାସ୍ତାରେ ବଜ୍ରା ଘାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ଏବଂ ଆଉ ଦୁଇଜଣ ଆହତ ହୋଇଛନ୍ତି । ମୃତ ଯୁବକ ଦୁଇଜଣ ବେଲଗୁଣ୍ଠା ଆଇ.ଟି.ଆଇ. ଛାତ୍ର ବୋଲି ଚିହ୍ନଟ କରାଯାଇଛି । ସୁତୁମସରା ଗ୍ରାମର ଦୀପକ ଦଳାଇ ଓ ପୋଲାର ଗ୍ରାମର ଦ୍ୱିତୀକୃଷ୍ଣ ସାହୁଙ୍କ ମୃତ୍ୟୁ ହୋଇଛି । ଲିପୁନ ବରାଡ଼ ଏବଂ ଦୀପକ ଦଳାଇ ଏହି ଘଟଣାରେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବେଲଗୁଣ୍ଠା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

