

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ଗ୍ରାମର ଦୁଇ ଜଣ ନାବାଳକ ଓ ରୁମାଗଡ଼ ଗ୍ରାମର ଜଣେ ମହିଳା ବଜ୍ରାଘାତରେ ଆହତ ହୋଇଛନ୍ତି । ସେଥିମଧ୍ୟରୁ ପାଣ୍ଡିରିପଡା ଗ୍ରାମର ଦିପୁ ଗୌଡ଼(୧୭) ମୃତ୍ୟୁବରଣ କରିଥିବା ଜଣାପଡିଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମେଡିକାଲକୁ ଯାଇ ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ଅନ୍ୟ ଦୁଇ ଆହତ ପରିବାରକୁ ଭେଟି ଦୁଃଖ ପ୍ରକାଶ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
