ବଟି ମାଗିବା ଅଭିଯୋଗରେ ୩ ଗିରଫ

ଛତ୍ରପୁର (ନିମାଇଁ ଚରଣ ପଣ୍ଡା) ଛତ୍ରପୁର ଥାନା ସୁନ୍ଦରପୁର ଗାଁରେ ପଶି ଜୋର ଜବରଦସ୍ତ କିଛି ଲୋକଙ୍କୁ ବଟି ମାଗିବା ଓ ବାଟି ନଦେବାରୁ ଆକ୍ରମଣ କରିବା ମାମଲାରେ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପୋଲିସ ତିନିଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗଂଜାମ ଥାନା କାଇଁଞ୍ଚ ପୁର ଗାଁର କୁନା ରେଡ୍ଡୀ, ଛତ୍ରପୁରରେ ରହୁଥିବା  ଗଂଜାମ ଏନଏସି ରାଉଳ ସାହିର ପପୁ ରାଉଳ ଓ ଛତ୍ରପୁର ଥାନା ଚିକଲ ଖଣ୍ଡିପୁର ଗାଁର ସୀମାଦ୍ରୀ ରେଡ୍ଡୀ । ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଅଫୁଟା ବୋମା, ୟୁପି ନମ୍ବର ୭୦ ବି ଆର ୨୫୨୪ ଥିବା ବାଇକ ଓ ଓଆର୦୭ ଏନଓ ୦୨୨୨ ନମ୍ବର ଥିବା ଅନ୍ୟ ଏକ ବାଇକ ଓ ଗୋଟିଏ ଖଣ୍ଡା ମଧ୍ୟ ଜବତ କରାଯାଇଛି । କୁନାଙ୍କ ଠାରୁ ଗୋଟିଏ ପିସ୍ତଲ ମିଳିଥିଲା ବୋଲି ପୋଲିସ ଜଣେଇଛି । ଛତ୍ରପୁର ଥାନାରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀରେ ଛତ୍ରପୁର ଏସ୍ଡ଼ିପିଓ ରମେଶ ଚନ୍ଦ୍ର ସେଠି ଏହି ସୂଚନା ଦେଇଛନ୍ତି । ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।