

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ସହର ସ୍ଥିତ ବଡବଜାର ଜଗନ୍ନାଥ ମନ୍ଦିର ଠାରେ ବିଜେପି ପକ୍ଷରୁ କମଳ ଦୀପାବଳୀ ପାଳିତ ହୋଇଯାଇଛି । ଏହି ଅବସରରେ ନୂତନ ଭାବେ ବିଜେପିରେ ଯୋଗ ଦେଇଥିବା ଅବସରପ୍ରାପ୍ତ କେନ୍ଦ୍ରୀୟ ଶ୍ରମ କମିଶନର ତ୍ରିନାଥ ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ମଣ୍ଡଳ ସଭାପତି କାନ୍ତାରି ଦଳାଇଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀମାନେ ମନ୍ଦିରରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସହୀଦମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦେଶ ସୁଦୃଡ଼ ରହିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀପଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଡି.କାନ୍ତେୟା ରେଡ୍ଡି, ପୂର୍ବତନ କାଉନସିଲର ରଞ୍ଜନ କୁମାର ବେହେରା, ନିରାକାର ଜେନା, ଏ.ରାଜେୟା ରେଡ୍ଡି, ପ୍ରଫୁଲ୍ଲ ମହାଙ୍କୁଡ, ସୁଦାମ ଜେନା, ସିମାଞ୍ଚଳ ଗୈଡ, ମନୋଜ ପଣ୍ଡା, ମୋଚିରାମ ପ୍ରଧାନ, ଲିଙ୍କୁ ବେହେରା ପ୍ରମୂଖ ବିଜେପି ନେତା ଓ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


