
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବଡବଜାର ନିକଟରେ ନବନିର୍ମିତ ପୋଲର ଉତ୍ତର ପଟେ ପୁର୍ତ୍ତ ବିଭାଗ ପକ୍ଷରୁ କୌଣସି ସୁରକ୍ଷାର ବ୍ୟବସ୍ଥା ନଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ସାଇଲେ ଓ ବାଇକ୍ ଆରୋହୀ ପୋଲ ଉପରୁ ପ୍ରାୟ ୩୦ ଫୁଟତଳେ ଖସି ପଡୁଥିବାରୁ କ୍ଷତାକ୍ତ ହେଉଛନ୍ତି । କେବଳ ଏତିକି ନୁହେଁ, ପୋଲ କୁପରୁ ବାରମ୍ବାର ଗାଈ, ଷଣ୍ଡ ତଳେ ପଡି ଗୁରୁତର ହେଉଛନ୍ତି । ଗତ କିଛି ଦିନ ତଳେ ୨ ଦିନରେ ୩ଟି ଷଣ୍ଡ ଗୁରୁତର ହୋଇ ଥିବାରୁ ସ୍ଥାନିୟ ବ୍ୟବସାୟୀମାନ ସେମାନଙ୍କର ସେବା ଶୁଶ୍ରୁଷା କରି ଆସୁଛନ୍ତି । ତେଣୁ ପୋଲର ଉତ୍ତର ମୁଣ୍ଡରେ କଂକ୍ରିଟ ପାଚେରୀ ନିର୍ମାଣ ଲାଗି ଦାବି ହେଉଛି ।
ରିପୋର୍ଟ : ଭୂପତି ପରିଡା