ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ବହୁଦିନ ହେଲା ଅବ୍ୟବସ୍ତାରେ ଗତି କରୁଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହି ସରକାରୀ ହସ୍ପିଟାଲ ଉପରେ ସୋରଡ଼ା ବ୍ଲକର ଦଶଟି ପଞ୍ଚାୟତ ଓ ଗଜପତି ଜିଲ୍ଲା ମୋହନା ବ୍ଲକର ଦୁଇ ଶହ ପଚାସଟି ଗ୍ରାମର ଜନସାଧାରଣ ନିର୍ଭର କରିଥାନ୍ତି । ଦିର୍ଘଦିନ ଧରି ଏହି ମେଡିକାଲ ଉପରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନଜର ପଡୁ ନ ଥିବାରୁ ସର୍ବନିମ୍ନ ମୌଳିକ ସୁବିଧା ମିଳୁନାହିଁ । ଫଳରେ ଏହାର ପତିବାଦ କରି ୮ ଦଫା ଦାବି ନେଇ ସୋରଡ଼ା ବ୍ଲକର ଶିବସେନା ପକ୍ଷରୁ ଆଜି ବ୍ରହ୍ମପୁରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବି ପତ୍ର ଦିଆଯାଇଛି । ସେମାନେ ଏକ ଶୋଭାଯାତ୍ରାରେ ଆସି ଦାବିପତ୍ର ଦେଇଛନ୍ତି ।