ବଡ଼ବିଲରେ ରୁଦ୍ରାଭିଷେକ କଲେ ୨୬ ଦମ୍ପତି

ବଡ଼ବିଲ(ସମୃଦ୍ଧଓଡିଶା)କେନ୍ଦୁଝର ଜିଲ୍ଲା ବଡ଼ବିଲ ଗୁଜୁରାଟୀ ମହିଳା ମଣ୍ଡଳୀ ଦ୍ୱାରା ଆଜି ବଡ଼ବିଲ ସହରରେ ଥିବା  ଗୁଜୁରାଟୀ ସମାଜ ଭବନରେ ଏକ ଭବ୍ୟ ରୁଦ୍ରାଭିଷେକ କରାଯାଇଛି । ଏଥିରେ ପ୍ରାୟ ଶହେରୁ ଉର୍ଦ୍ଧ ଭକ୍ତ ଯୋଗ ଦେବା ସହ ଛବିଶି ଦମ୍ପତି ଅଭିଷେକ କରିଥିଲେ । ସୁ ଦୂର କାଶୀରୁ ଆସିଥିବା ମୁଖ୍ୟ ପୂଜକ ଶ୍ରୀ ପ୍ରକାଶ ମହାରାଜଙ୍କ ଦ୍ୱାରା ଏହି ଅଭିଷେକ ସମ୍ପର୍ଣ କରାଯାଇଥିଲା । ଗୁଜୁରାଟୀ ସମାଜର ଅନେକ  ସଦସ୍ୟ ଉପସ୍ଥିତ ରହି ଏହି ପୁର୍ଣ୍ୟ କାର୍ଯ୍ୟକ୍ରମକୁ ସମ୍ପୂର୍ଣ କରିବା ସହ ଅପରାହ୍ନରେ ପ୍ରସାଦ ବିତରଣ କରାଯାଇଥିଲା । 

ରିପୋର୍ଟ : ରଜତ ମହାପାତ୍ର