ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବଡବଜାର ନିକଟରେ ବଣିକ ସଂଘର ଏକ ନୂତନ କାର୍ଯ୍ୟାଳୟ ଓ ସଭାଗୃହ ଗତ ଶନିବାର ଅପରାହ୍ନରେ ଉଦ୍ଘାଟିତ ହୋଇ ଯାଇଛି । ଏହାକୁ ଉଦ୍ଘାଟନ କରି ବିଧାୟକ ଅଶ୍ୱିନୀ ପାତ୍ର ଐତିହାସିକ ସହର ତଥା ରାଜ୍ୟର ପ୍ରବେଶପଥ ଜଳେଶ୍ୱରରେ ବଣିକ ସଂଘର ନେତୃତ୍ୱରେ ବହୁ ବିକାଶ କାର୍ଯ୍ୟ ହୋଇଥିବା ବେଳେ ଏବେ ଏକତ୍ରିତ ହୋଇ ଏକ କାର୍ଯ୍ୟାଳୟ ତଥା ଶୋଭାଗୃହ ନିର୍ମାଣ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଆଗାମୀ ଦିନରେ ଏହାର କଳେବର ବୃଦ୍ଧି କରିବାରେ ସେ ସହାୟକ ବୋଲି ପ୍ରତିଶୃତ ଦେଇଥିଲେ । ବଣିକ ସଂଘର ସଭାପତି ସୁଧିର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ମ୍ୟୁନିସିପାଲଟିର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର, ପୂର୍ବତନ ସଭାପତି ବିଷ୍ଣୁପଦ ମହାନ୍ତି, କିଶୋର ଠକର, ରାଧାଶ୍ୟାମ ସାହୁ, ସ୍ଥାନର ଦାତା ଡ. ରମାକାନ୍ତ ଭଂଜ, ଉପଦେଷ୍ଟା ଆଇନ୍ଜିବୀ ଚିନ୍ମୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ବିଜୟ କୁମାର କାମିଳା, ରାମଭରସ ସାହୁ ପ୍ରମୁଖ ବକ୍ତବ୍ୟ ରଖି ୧୯୮୮ ମସିହାରୁ ଗଠିତ ବଣିକ ସଂଘ ନିଜ କାର୍ଯ୍ୟାଳୟ ନିର୍ମାଣ କରିପାରିନଥିବା ବେଳେ ବହୁ ବାଧାବିଗ୍ନ ମଧ୍ୟରେ ଏପରି ଏକ ସଭାଗୃହ ନିର୍ମାଣ ଉଲ୍ଲେଖଯୋଗ୍ୟ । ଆସନ୍ତା ଦିନରେ ଏହା ଉତ୍ସବ ମୁଖରୀତ ହେବ ବୋଲି କହିଥିଲେ । ଏହି ଅବସରରେ କରୋନାଯୋଦ୍ଧା ଫକୀରମୋହନ ପ୍ରଧାନ, ତରଣୀ ଭୂୟାଁ, ପଦ୍ମଲୋଚନ ବେହେରା, ସଂଜୟ ଘଡେଇ, ସୁଶାନ୍ତ ଜେନାଙ୍କୁ ସମ୍ବର୍ଦ୍ଧିତ କରାରଯାଇଥିଲା । ସାମାଜିକ ଦୂରତା ବଜାଇ ରଖି ଏହା ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା