ବ୍ରହ୍ମପୁର଼ (ସମୃଦ୍ଧ ଓଡିଶା) ବନ ବିଭାଗ ହାତରେ ଧରାପଡିଲା ଆତଙ୍କିତ ହନୁମାଙ୍କଡ । ଗତ ଏକ ମାସ ଧରି ପୁରୁଣା ବ୍ରହ୍ମପୁର ସାହିରେ ଏକ ହନୁ ମାଙ୍କଡ଼ଟି ଆତଙ୍କିତ ସୃଷ୍ଟି କରିଦେଇଥିଲା । ଯାହାଫଳରେ ପୁରୁଣା ବ୍ରହ୍ମପୁର ସହରର ପ୍ରାୟ ୭ଟରୁ ୮ଟି ସାହିରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଯାହାକୁ ଦେଖୁଥିଲା ତାହାକୁ ଗୋଡ଼ାଇ ଗୋଡ଼ାଇ କାମୁଡିବା ସହ ରକ୍ତାକ୍ତ କରି ଦେଉଥିଲା ଏପରିକି ହନୁ ମାଙ୍କଡ଼ଟି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ଲୋକଙ୍କୁ କାମୁଡ଼ିବା ଆରମ୍ଭ କରିଦେଇଥିଲା । ଅଂଚଳବାସୀ ଏ ନେଇ ବାରମ୍ବାର ବନବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିନଥିଲା । ଶେଷରେ ବ୍ରହ୍ମପୁର ବନବିଭାଗ କର୍ମଚାରୀ ସମେତ ଖଲିକୋଟ ଓ ଭୁବନେଶ୍ୱର ବନବିଭାଗ କର୍ମଚାରୀମାନେ ମିଳିତ ଭାବେ ପୁରୁଣା ବ୍ରହ୍ମପୁର ଅଂଚଳର ଲକ୍ଷ୍ମୀନୃସିଂହ ସାହି ନିକଟ ରେଡିକା ସାହିରେ ନାଟକୀୟ ଢଙ୍ଗରେ ବନ୍ଧୁକ ଦ୍ୱାରା ଟ୍ରାଙ୍କୁଲାଇଜର ଦେଇ ତାକୁ ଧରିଥିଲେ । ମାଙ୍କଡ଼ଟି ବେହୋସ ହୋଇ ପଡ଼ିବା ପରେ ବନବିଭାଗ ମାଙ୍କଡ଼କୁ ନେଇଯାଇଛନ୍ତି । ସ୍ଥାନୀୟ ଲୋକ ଓ ବନବିଭାଗର ମିଳିତ ଉଦ୍ୟମରେ ମାଙ୍କଡ଼ଟିକୁ ଧରିବାରେ ସକ୍ଷମ ହୋଇପାରିଛି ଯାହାକୁ ନେଇ ଲୋକମାନେ ମାଙ୍କଡ ଦାଉରୁ ରକ୍ଷା ପାଇଲେ ବୋଲି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା