ବମକେଇରେ ବିଜେପିର ଗାନ୍ଧୀ ସଂକଳ୍ପ ପଦ ଯାତ୍ରା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବମକୋଇ ଗ୍ରାମରେ ବିଜେପିର ଗାନ୍ଧୀ ସଂକଳ୍ପ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବମକୋଇ ଛକ ଠାରେ ଥିବା ଗାନ୍ଧୀ ମୂର୍ତ୍ତି ଚାରିପାଖକୁ ଏବଂ ବଜାର ଅଞ୍ଚଳକୁ ସଫେଇ କରିବା ସହ ଗାନ୍ଧୀ ମୂର୍ତ୍ତିରେ ଭାରତୀୟ ଜନତା ପାର୍ଟିର ବିଧାୟିକା ତଥା ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶ୍ରୀମତୀ ପିଙ୍କି ପ୍ରଧାନ ଯୋଗଦେଇ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଗାନ୍ଧୀ ଦର୍ଶନ ଉପରେ ଆଲୋକପାତ‌ କରିଥିଲେ । ଶ୍ରୀମତି ପିଙ୍କିଙ୍କ ନେତୃତ୍ୱରେ ପଥପ୍ରାନ୍ତ ସଭା ସହ ଅଞ୍ଚଳର ଭ୍ରାମ୍ୟମାଣ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ସମାଜସେବୀ ଅନନ୍ତ ମହାନ୍ତି ଜଳସଂରକ୍ଷଣ, ସ୍ୱଚ୍ଛତା ଏବଂ ଗାନ୍ଧୀଙ୍କ ଚିନ୍ତାଧାରା ସହ ସମ୍ମିଳିତ ଭାବରେ ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରହି ଗାନ୍ଧୀଙ୍କ ସ୍ୱପ୍ନର ପରିପୂର୍ଣ୍ଣତା ପାଇଁ ଗ୍ରାମାଞ୍ଚଳର ବିକାଶରେ ସହଯୋଗ ପାଇଁ ବାର୍ତ୍ତା ରଖିଥିଲେ । ଏହି ଅବସରରେ ନିର୍ବାଚନ ମଣ୍ଡଳୀରୁ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ଏବଂ ଗ୍ରାମ ପରିକ୍ରମା କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ବାପି ପ୍ରଧାନ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପରେ ଉଜ୍ଜାଳା ସଂଯୋଜକ‌ ମାନଙ୍କ‌ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା