
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବରିଷ୍ଠ ଆଇନଜୀବୀ ତଥା ସାରସ୍ୱତ ସାଧକ ଓଡ଼ିଆ ଭାଷା ପ୍ରଚାରକ, ଅଭିନେତା ମଞ୍ଚ ରତ୍ନ ବଟକୃଷ୍ଣ ପାତ୍ରଙ୍କ ଆଜି ସକାଳ ୧୧ଘଣ୍ଟା ସମୟରେ ବିୟୋଗ ଘଟିଛି । ପାରଳା ସହରର ବଡବ୍ରାହ୍ମଣ ସାହି ନିଜସ୍ୱ ବାସଭବନରେ ହୃଦ୍ଘାତ ଯୋଗୁଁ ତାଙ୍କର ବିୟୋଗ ଘଟିଛି । ଏହି ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ସେ ଏକା ଧାରାରେ ଜଣେ ଆଇନଜୀବୀ, ନାଟ୍ୟକାର, ନିର୍ଦ୍ଦେଶକ, ସାରସ୍ୱତ ଓ ସାଂସ୍କୃତିକ ସାଧକ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ସେ ବହୁ ଓଡ଼ିଆ ଭଜନ ଆଲବମରେ ଅଭିନୟ କରି ଗଜପତି ଜିଲ୍ଲାରେ ନା କରିବା ସହ ସେ ଜଣେ ମିଷ୍ଟଭାଷୀ ଥଲେ । ସେ ପାରଳାଖେମୁଣ୍ଡି ସହରର ବହୁ ଅନୁଷ୍ଠାନ ସହ ଜଡିତ ଥିଲେ । ତାଙ୍କ ବିୟୋଗରେ ଉତ୍କଳହିତୈସୁଣି ସମାଜର ସଭାପତି ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର,ବରିଷ୍ଠ ସଦସ୍ୟ ଗୌର ଚନ୍ଦ୍ର ପଣ୍ଡା, ବିଚିତ୍ରା ନନ୍ଦ ବ୍ୟବର୍ତ୍ତା, ବିନୋଦ ଚନ୍ଦ୍ର ଜେନା, ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ମୀନାକ୍ଷୀ ସାହୁ, ତନୁଜା ଶତପଥୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ସେହିପରି ପାରଳା ବିଧାୟ କେ.ନାରାୟଣ ରାଓ, ପୁର୍ବତନ ବିଧାୟକ କେ.ସୁରୀୟା ରାଓ, ପୁର୍ବତନ ନଗରପାଳ ପି.କ୍ରୀଷ୍ଣା, ନରସିଂହ ଚରଣ ପଟ୍ଟନାୟକ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଗଜପତି ଜିଲ୍ଲା ଓକିଲ ସଂଘ ସଭାପତି ରାମନାଥ ମିଶ୍ର ଏବଂ ସମସ୍ତ ଆଇନଜୀବୀ ଶୋକ ପ୍ରକାଶ କରିଛନ୍ତି । ପାରଳାଖେମୁଣ୍ଡିର ଜିଲ୍ଲାସ୍ତରୀୟ ସାମ୍ବାଦିକ ସର୍ବଶ୍ରୀ ଗରୁଡଧ୍ୱଜ ଚୌଧୁରୀ, କୃଷ୍ଣ କୁମାର ବେହେରା, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଦ୍ୱିଜେନ୍ଦ୍ର ପାଢୀ, ଦେବାଶିଷ ପାଢୀ, ରଶ୍ମିରଞ୍ଜନ ମିଶ୍ର, ଶିଶିର ଗୌଡ, ଜଗଦୀଶ ପଣ୍ଡା, ସରୋଜ କୁମାର ପାଣିଗ୍ରାହୀ, ବୀର କିଶୋର ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା