


ଛତ୍ରପୁର (ସମୃଦ୍ଧ ଓଡିଶା) ବରିଷ୍ଠ କଂଗ୍ରସ ନେତା ସିଏଚ. ସତ୍ୟନାରାୟଣ ରେଡ୍ଡୀ(୭୮)ଙ୍କ ପରଲୋକ ଘଟିଛି । ଚମାଖଣ୍ଡି ସ୍ଥିତ ତାଙ୍କ ବାସଭବନରେ ଗତକାଲି ସକାଳ ୯ଟାରେ ସମୟରେ ପରଲୋକ ଘଟିଥିଲା । ଏହି ଅବସରରେ ପତ୍ନୀ ଈଶ୍ୱରୀ, ଦୁଇପୁଅ ରବୀନ୍ଦ୍ର ଓ ମୁରଲୀ, ଝିଅ, ଜ୍ୱାଇଁ, ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ରହିଥିଲେ । ତାଙ୍କ ଶେଷ ଦର୍ଶନ କରିବା ନିମନ୍ତେ ପୂର୍ବତନ ପିସିସି ସମ୍ପାଦକ ତଥା ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, କଂଗ୍ରେସ ଜିଲ୍ଲା ଉପସଭାପତି, ସିଏଚ.ତ୍ରିଲୋଚନ ରେଡ୍ଡୀ, କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ଆର.ନରହରି ରେଡ୍ଡୀ, କଂଗ୍ରେସର ୧୯ ନମ୍ବର ଜୋନ ସଭାପତି ସୁଦାମ ପୁରୋହିତ ପୂର୍ବତନ ସରପଂଚ ସୋମନାଥ ବେହେରା, ବିଜେଡି ଯୁବନେତା ବନମାଳୀ ସେଠି, ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ.ଗିରିଜା ପ୍ରସାଦ ରେଡ୍ଡୀ, ରେଡ୍ଡୀ କୁଳ ସଂଘର ଏସ.କୃଷ୍ନା ରେଡ୍ଡୀ, ସିଏଚ.କୃଷ୍ନା ରେଡ୍ଡୀ, ପି.ରାମା ରାଓ, ଏନ.ପାଣ୍ଡେୟା ରେଡ୍ଡୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତାମାନେ ଯାଇ ଶେଷ ଦର୍ଶନ କରି ଶୋକ ପ୍ରକଟ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା