ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବଙ୍କିମ ଚନ୍ଦ୍ର ଚନ୍ଦଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳରେ ନିଜର କର୍ତ୍ତବ୍ୟ, ନିଷ୍ଠା ଯୋଗୁଁ ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ତହସିଲ, ବ୍ଲକରେ ଜଣେ ସୁଦକ୍ଷ ଓ ସଚ୍ଚୋଟ କର୍ମଚାରୀ ରୂପେ ନିଜକୁ ପ୍ରତିପାଦିତ କରିପାରିଥିବା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବଙ୍କିମ ଚନ୍ଦ୍ର ଚନ୍ଦଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ସ୍ଥାନୀୟ ମୂରଲି କଲ୍ୟାଣ ମଣ୍ଡପ ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଶାଳିକୋଠା ସ୍ଥିତ ବରିଷ୍ଠ ନାଗରିକ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ପରିଷଦର ସଭାପତି ଶରତ ଚନ୍ଦ୍ର ପ୍ରଧାନ ପୌରହିତ୍ୱ କରିଥିଲେ । ପ୍ରାରମ୍ଭରେ ସଂଗଠନର ସଂପାଦକ ପ୍ରଫେସର ସୁଧାଂଶୁ ଶେଖର ପ୍ରଧାନ ଦିବଂଗତ ଆତ୍ମାର ଗୁଣାବଳୀ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ଡ. ଶ୍ରୀକାନ୍ତ ଚରଣ ପାତ୍ର, ପ୍ରଫୁଲ୍ଲ କୁମାର ପାଠୀ ଓ ଡ. ରମାକାନ୍ତ ଭଞ୍ଜ, ଭାଗବତ ଚନ୍ଦ୍ର ଦାସ, ଡ. ପଦ୍ମଲାଭ ପ୍ରଧାନ, ଶରତ ଚନ୍ଦ୍ର ପଣ୍ଡା, ସହସଂପାଦକ ଗଣେଶ ଚନ୍ଦ୍ର ପରିଡା, ସୁଶିଲ କୁମାର ପୃଷ୍ଟି, ଅଭୟ କୁମାର ସାମଲ, ପ୍ରତୀପ ପ୍ରଧାନ, ଜ୍ୟେଷ୍ଠପୁତ୍ର କାଳିକିଙ୍କର ଚନ୍ଦ, ମଧ୍ୟମପୁତ୍ର ବିଜ୍ଞାନୀ ଡ. ବିମଳ କିଙ୍କର ଚନ୍ଦ, କନିଷ୍ଠ ପୁତ୍ର ଡା. ଜଗଦିଶ କିଙ୍କର ଚନ୍ଦ, ପ୍ରଣବ ନାୟକ, ରାଧାଶ୍ୟାମ ଅଧିକାରୀ, ସବିତା ପ୍ରଧାନ, ଅମୂଲ୍ୟରତନ ଦାସ, ମନୋରଂଜନ ଦାସ, ଶଶିକାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଚନ୍ଦଙ୍କ ବହୁବିଧ କାର୍ଯ୍ୟାବଳୀ ସଂପର୍କରେ ବର୍ଣ୍ଣନା କରିଥିଲେ । ଶେଷରେ ବନମାଳୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା