

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମସ୍ତ ବରିଷ୍ଠ ନାଗରିକ ମାନଙ୍କର ମିଳିତ ଅନୁକୁଲ୍ୟରେ ଗୋସାଣିନୁଆଗାଁ ବରିଷ୍ଠ ନାଗରିକ ବିଚାର ମଞ୍ଚ ଅନୁଷ୍ଠାନ ପକ୍ଷରୁ ଆଜି କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ କଲେଜ ଏବଂ ହସ୍ପିଟାଲ ବ୍ରହ୍ମପୁର, ଆଙ୍କଶପୁର (ଗଞ୍ଜାମ) ପକ୍ଷରୁ ”ମାଗଣା ସ୍ୱାସ୍ଥ୍ୟ ଶିବିର” ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୬୫ ଠାରୁ ୮୦ ବର୍ଷ ବୟସର ବୃଦ୍ଧ ଓ ବୃଦ୍ଧା ଯୋଗ ଦେଇଥିଲେ । ଏଥିରେ ଗରିବ ବୃଦ୍ଧ ଓ ବୃଦ୍ଧାମାନେ ଏହି କାର୍ଯ୍ୟ ଦ୍ୱାରା ଉପକୃତ ହୋଇଛନ୍ତି । ଏହି ଶିବିରରେ ୧୦୦ରୁ ୧୦୫ ରୋଗୀ ଚିକିତ୍ସା ସହିତ ଔଷଧ ବିତରଣ ଆୟୁର୍ବେଦ କଲେଜ ଏବଂ ହସ୍ପିଟାଲ ସେବା ପାଇଛନ୍ତି ।
ରିପୋର୍ଟ : ତ୍ରିନାଥ ବେହେରା



