ବରିଷ୍ଠମନ୍ତ୍ରୀଙ୍କ ଗଡ଼ରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟ ଯୋଜନାକୁ ଲୋକାଭିମୁଖୀ କରାଇବା ଓ ଜନ ସଚେତନତା ସୃଷ୍ଟି କରାଇବା ଲକ୍ଷରେ ଚାଲିଥିବା ଜନସଂପର୍କ ଯାତ୍ରାରେ ରାଜ୍ୟର ବରିଷ୍ଠମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳକୁ ପଦଯାତ୍ରା କରି ଲୋକଙ୍କ ସହ ସଂପର୍କ ସ୍ଥାପନ କରୁଛନ୍ତି । ଦିଗପହଣ୍ଡି ପୌର ପରିଷଦ ସହ ଅନ୍ୟାନ୍ୟ ପଞ୍ଚାୟତ ତଥା ମସିହାଖାଲ, ଯୁଗୁଡ଼ି କଙ୍କିଆ, ସିହଳା, କୁକୁଡ଼ାଖଣ୍ଡି, ବାଘଲଟି, ମଦନ ମୋହନପୁର, କୁମାର ପୁର, ମହୁଡା ଆଦି ଅଞ୍ଚଳକୁ ପଦଯାତ୍ରା କରି ଲୋକଙ୍କ ସହ ସମ୍ପର୍କ ଯୋଡୁଛନ୍ତି ଏବଂ ବାତ୍ୟା ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ସେମାଙ୍କୁ ସାହାଯ୍ୟ ପ୍ରଦାନ କରୁଛନ୍ତି । ବିଜେଡିର ଜନସଂପର୍କ ପଦଯାତ୍ରା ନେତାଙ୍କ ସହ ଲୋକଙ୍କୁ ମିଶିବାର ସୁଯୋଗ ଦେଇଥିବାରୁ କର୍ମୀମାନେ ଉତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି । ଏହି ଜନ ସଂପର୍କ ପଦଯାତ୍ରା ଚଳିତ ମାସ ଶେଷ ଯାଏଁ ଚାଲିବ ବୋଲି ବିଜେଡି ମୁଖିଆ ଘୋଷଣା କରୁଥିବାରୁ ବିଶିଷ୍ଟ ନେତା ମାନଙ୍କର ନିଦ ଭାଙ୍ଗିଯାଇଛି । ପ୍ରତିଦିନ ଗାଁ ଗହଳରେ ନେତା ପଦଯାତ୍ରା କରି ଜନସଂପର୍କ ସୃଷ୍ଟି କରିବା ସହ ଲୋକଙ୍କ ସମସ୍ୟା ବୁଝୁଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା