ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବର୍ତ୍ତନା ପଞ୍ଚାୟତ ପକ୍ଷରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଫଳ ବୃକ୍ଷ ରୋପଣ କରାଯାଉଥିବା ବେଳେ ଗତ ଶୁକ୍ରବାର ଦିନ ମା ଗାଜିଆଣି ପୋଖରୀ ହୁଡାରେ ନଡିଆ ଓ ଆମ୍ବବୃକ୍ଷ ରୋପଣ ନିଜେ ସରପଞ୍ଚ ପଦ୍ମଲୋଚନ ବେହେରା କରିଥିବା ଜଣାଯାଇଛି । ଏହି ପୋଖରୀ ହୁଡା ନିକଟରେ +୨ ମହାବିଦ୍ୟାଳୟ ଓ ମା ଗାଜିଆଣୀ ମନ୍ଦିର ଥିବାରୁ ଏହା ଏକ ପ୍ରସିଦ୍ଧ ସ୍ଥାନ ବୋଲି ସେ ଅଂଚଳରେ କଥିତ ଅଛି । ଏହି ସବୁ ଗଛକ ଗ୍ରାମବାସୀମାନେ ଯତ୍ନକଲେ ତାହା ସେମାନଙ୍କ କାର୍ଯ୍ୟରେ ଲାଗି ପାରିବ ବୋଲି ସରପଞ୍ଚ କହିଥିଲେ ।